India Today
ମୁମ୍ବାଇ: ସୁପର୍ଷ୍ଟାର୍ ସଲମାନ ଖାନ୍ ଗତକାଲି ସଂଧ୍ୟା ତାଙ୍କ ତଥାକଥିତ ପ୍ରେମିକା ଲୁଲିଆ ଭନ୍ତୁର ଓ ଭାଇ ସୋହଲି ଖାନ୍ଙ୍କ ସହ ବିତାଇଛନ୍ତି। ଗତକାଲି ଲୁଲିଆଙ୍କ ଜନ୍ମଦିନ ଥିବାରୁ ୨ ଭାଇ ମିଶି ତାଙ୍କ ନିକଟକୁ ଯାଇଥିଲେ ଓ ତାଙ୍କ ସହ ସଂଧ୍ୟା ବିତାଇଥଲେ। ସେହି ସମୟର କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଲୁଲିଆଙ୍କ ଜନ୍ମଦିନ ପାର୍ଟିରେ ସଲ୍ମାନ ଖାନ୍ଙ୍କ ଭିଣୋଇ ଆୟୁଷ ଶର୍ମା ବି ନଜର ଆସିଥିଲେ। ନିଜ ଜନ୍ମଦିନ ପାର୍ଟିର ଏକ ଭିଡିଓ ଲୁଲିଆ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି।
ଅଭିନେତ୍ରୀ-କଣ୍ଠଶିଳ୍ପୀ-ମଡେଲ୍ ଲୁଲିଆ ବନ୍ତୁର ବଲିଉଡ୍ ସୁପର୍ଷ୍ଟାର୍ ସଲମାନ ଖାନଙ୍କ ସହ ନିଜ ସଂପର୍କକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଯଦିଓ ଏହି ଦୁଇ ସେଲିବ୍ରେଟି ନିଜ ସଂପର୍କକୁ ନେଇ କେବେ ଖୁଲାସା କରିନାହାନ୍ତି ମାତ୍ର ଅନେକ ସମୟରେ ସେ ଦୁହିଁଙ୍କୁ ଏକଠି ଦେଖିବା ପରେ ସେମାନଙ୍କ ସଂପର୍କକୁ ନେଇ ଅନୁମାନ ଲଗାଯାଇପାରେ।
ଲୁଲିଆଙ୍କୁ ଜଣେ ପ୍ରଶଂସକ ଏକ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନଟି ହେଉଛି, ‘ଆପଣ ସଲମାନ୍, ସୋହେଲ୍ ଓ ଅର୍ବାଜଙ୍କ ଭିତକୁ କାହାକୁ ବାଛିବେ?’ଏହାର ଉତ୍ତରରେ ଲୁଲିଆ ଲେଖିଛନ୍ତି ‘ଖାନ୍’।
ଲୁଲିଆ ଏପରି ଜବାବ ଦେଇ ପ୍ରଶଂସକମାନଙ୍କ ମନ ଜିତି ଦେଇଛନ୍ତି। ତାପରେ ଆଉ ଜଣେ ପ୍ରଶଂସକ ଲୁଲିଆଙ୍କୁ ପ୍ରଶ୍ନ କରିଥିଲେ କି, ‘କ’ଣ ସୋନାକ୍ଷୀ ସିହ୍ନା ତାଙ୍କ ସହ ଲଢ଼େଇ କରିପାରିବେ?’ ତାହାର ଉତ୍ତରରେ ଲୁଲିଆ କହିଛନ୍ତି, ‘ହଁ, କାହିଁକି ନା ସେ ସବୁଠାରୁ ମଜବୁତ୍ ଝିଅ।’ ଲୁଲିଆଙ୍କର ଏପରି ଜବାବ ପ୍ରଶଂସକଙ୍କୁ ଆଗକୁ କିଛି ନକହିବା ପାଇଁ ବାଧ୍ୟ କରିଛି।
Follow Us