ଗ୍ୟାଙ୍ଗଷ୍ଟାର ଧମକକୁ ଫୁ କରି କାମରେ ବାହାରିଲେ ସଲମାନ

Advertisment

ସଲମାନ ତାଙ୍କର କୌଣସି ପ୍ରୋଜେକ୍ଟ ବାତିଲ କରି ନାହାନ୍ତି। ଯେଉଁ ପ୍ରୋଜେକ୍ଟ ଯେଉଁ ସମୟରେ ନିଶ୍ଚିତ ହୋଇଥିଲା ସେଇ ଅନୁଯାୟୀ ଚାଲିଛି। ‘ସିକନ୍ଦର’ର ସିନେମାର ସୁଟିଂ ବି ଆରମ୍ଭ ହୋଇଯାଇଛି।

ସଲମାନ ତାଙ୍କର କୌଣସି ପ୍ରୋଜେକ୍ଟ ବାତିଲ କରି ନାହାନ୍ତି। ଯେଉଁ ପ୍ରୋଜେକ୍ଟ ଯେଉଁ ସମୟରେ ନିଶ୍ଚିତ ହୋଇଥିଲା ସେଇ ଅନୁଯାୟୀ ଚାଲିଛି। ‘ସିକନ୍ଦର’ର ସିନେମାର ସୁଟିଂ ବି ଆରମ୍ଭ ହୋଇଯାଇଛି।

କଢ଼ଖ୍‌


ନୂଆଦିଲ୍ଲୀ: ବାବା ସିଦ୍ଦିକିଙ୍କ ହତ୍ୟା ପରେ ସୁପରଷ୍ଟାର ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ କ୍ରମାଗତ ଭାବେ ଧମକ ମିଳୁଛି। ଏଭଳି ସମୟରେ ସଲମାନଙ୍କ ତଥା ତାଙ୍କ ଘରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଘର ସାମ୍ନାରେ ସ୍ବତନ୍ତ୍ର ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ୨୪ଘଣ୍ଟା ସୁରକ୍ଷାକର୍ମୀ ସଜାଗ ରହିଛନ୍ତି। ଏଭଳି ପରିସ୍ଥିତିରେ ସଲମାନ ତାଙ୍କର ସମସ୍ତ ସୁଟିଂ ଓ ବୈଠକ ବାତିଲ କରିବା ସହିତ  ବାହାର ଲୋକଙ୍କୁ ଭେଟିବା ଉପରେ ପ୍ରତିବନ୍ଧକ ଲାଗୁ  କରାଯାଇଥିବା ଖବର ଆସିଥିଲା।

ସମ୍ପ୍ରତି ଆସିଥିବା ଖବର ଅନୁଯାୟୀ, ସଲମାନ ତାଙ୍କର କୌଣସି ପ୍ରୋଜେକ୍ଟ ବାତିଲ କରି ନାହାନ୍ତି। ଯେଉଁ ପ୍ରୋଜେକ୍ଟ ଯେଉଁ ସମୟରେ ନିଶ୍ଚିତ ହୋଇଥିଲା ସେଇ ଅନୁଯାୟୀ ଚାଲିଛି। ଏହି କ୍ରମରେ କିଛିଦିନ ତଳେ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସଲମାନ ବିଗବସ ପାଇଁ ଉକେଣ୍ଡ କା ବାରର ସୁଟିଂ କରିଥିଲେ।  ଅକ୍ଟୋବର ୨୨ ଅର୍ଥାତ ଗତ ମଙ୍ଗଳବାର ଦିନ ସେ ‘ସିକନ୍ଦର’ର ସିନେମାର ସୁଟିଂ ଆରମ୍ଭ କରିଛନ୍ତି। 
ତାଙ୍କର ଟିମର ସମସ୍ତ ସଦସ୍ୟ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାର ଟିକନିଖ କରି ଧ୍ୟାନ ରଖୁଛନ୍ତି। ଦୀପାବଳି ପର୍ଯ୍ୟନ୍ତ ସଲମାନ ସିନେମା ସୁଟିଂରେ ବ୍ୟସ୍ତ ରହିବେ। ‘ସିକନ୍ଦର’ ସିନେମା ସେହି ସିନେମା ମଧ୍ୟରୁ ଗୋଟିଏ ଯାହାକୁ ସଲମାନଙ୍କ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe