ବିମାନନବନ୍ଦରରେ ରାଗିଗଲେ ସଲମାନଙ୍କ ଅଙ୍ଗରକ୍ଷୀ

ବିମାନବନ୍ଦରରେ ସଲମାନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଯାଉଥିବା ବେ‌ଳେ ରାଗିଗଲେ ଅଭିନେତାଙ୍କ ଅଙ୍ଗରକ୍ଷୀ। ଉଚ୍ଚସ୍ବର‌ରେ ଲୋକଙ୍କୁ ସଲମାନଙ୍କ ସାମ୍ନାରୁୂ ହଟିଯିବାକୁ କଲେ ତାଗିଦ।

jujkiyu

ନୂଆଦିଲ୍ଲୀ: ବଲିଉଡର ଭାଇଜାନ ତଥା ସୁପରଷ୍ଟାର ସଲମାନ ଖାନ ତାଙ୍କ ଫିଲ୍ମ 'ସିକନ୍ଦର'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଭଳି ଚର୍ଚ୍ଚା ଭିତରେ ଗତ ଶନିବାର ରାତିରେ ସଲମାନଙ୍କୁ ବିମାନବନ୍ଦରରେ କଡ଼ା ସୁରକ୍ଷା ଭିତରେ ଦେଖିବାକୁ ମିଳିଥିଲା। 

ଏହି ସମୟରେ ସଲମାନଙ୍କ ଅଙ୍ଗରକ୍ଷୀ ଶେରା କ୍ରୋଧିତ ହେଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଘଟଣାଟି ହେଉଛି ଏପରି... ସଲମାନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିମାନବନ୍ଦରରେ ଯାଉଥିବା ବେ‌ଳେ ତାଙ୍କ ସାମ୍ନାରେ ଥିବା କିଛି ଗଣମାଧ୍ୟମ ଓ ପ୍ରଶଂସକଙ୍କୁ ଶେରା ହଟିଯିବାକୁ କହୁଥିଲେ। କିନ୍ତୁ କିଛିଲୋକ ସଲମାନଙ୍କ ସହ ସେଲଫି ନେବା ଉଦ୍ଦେଶ୍ୟରେ ଶେରାଙ୍କ କଥାକୁ କାତିର କରି ନଥିଲେ। ଯେଉଁ କାରଣରୁ ଶେରା କ୍ରୋଧିତ ହୋଇ ବିମାନବନ୍ଦରରେ ଲୋାକଙ୍କ ସହିତ ଉଚ୍ଚ ସ୍ବରରେ କଥା ହୋଇଥିଲେ। 

ଏହି ଭିଡିଓ ସାମ୍ନାକୁ ଆସିବା ପରେ ସଲମାନଙ୍କ ଫ୍ୟାନ୍ସମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଶେରାଙ୍କ ଏଭଳି ସ୍ଭଭାବକୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe