ମୁଡ୍‌ ନାହିଁ କହି ବିବାହ ଭାଙ୍ଗିଥିଲେ ସଲ୍‌ମାନ୍‌

Advertisment
ଓଟିଟିରେ ରିଲିଜ୍ ହୋଇପାରେ ସଲମାନ୍‌ଙ୍କ ଫିଲ୍ମ ‘ରାଧେ​’

Deccan Herald

ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ଙ୍କର ବିବାହ ପ୍ରସଙ୍ଗ ୨୦ ବର୍ଷ ଧରି ସିନେପ୍ରେମୀଙ୍କ ପାଇଁ ଏକ ପ୍ରମୁଖ ପ୍ରସଙ୍ଗ ହୋଇ ରହିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସଲ୍‌ମାନ୍‌ଙ୍କ ବିବାହ ୧୯୯୯ ନଭେମ୍ବରରେ ସେତେବେଳର ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ ସହ ଠିକ୍‌ ହୋଇଥିଲା। ବିବାହ ତାରିଖ ବି ଠିକ୍‌ ହୋଇସାରିଥିଲା। କିନ୍ତୁ ବିବାହର ଠିକ୍‌ ୫ ଦିନ ପୂର୍ବରୁ ସଲ୍‌ମାନ୍‌ ମନା କରିଦେଇଥିଲେ। ଏକ ସାକ୍ଷାତକାରରେ ସଲ୍‌ମାନ୍‌ଙ୍କ ପ୍ରିୟ ବନ୍ଧୁ ତଥା ଚଳଚ୍ଚିତ୍ର ନିର୍ମାତା ସାଜିଦ୍‌ ନଡ଼ିଆଡୱାଲା ଏହି କଥା ଉପରୁ ପରଦା ଉଠାଇଛନ୍ତି।

ସେତେବେଳର ପ୍ରେମିକାଙ୍କ ସହ ହିଁ ସଲ୍‌ମାନ୍‌ଙ୍କ ବିବାହ ହେବାର ଥିଲା। ୧୯୯୯ ନଭେମ୍ବରରେ ବାପା ସଲିମ୍‌ ଖାନ୍‌ଙ୍କ ଜନ୍ମଦିନ ଦିନ ହିଁ ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ମୁଡ୍‌ ନାହିଁ କହି ମାତ୍ର ୫ଦିନ ପୂର୍ବରୁ ସଲ୍‌ମାନ୍‌ ବିବାହ ଭାଙ୍ଗି ଦେଇଥିଲେ। ଏବେ ସଲ୍‌ମାନ୍‌ ଲୁଲିଆ ଭେଣ୍ଟୁର୍‌ଙ୍କ ସହ ସଂପର୍କରେ ଅଛନ୍ତି। ଆଗକୁ ସଲ୍‌ମାନ୍‌ ‘କିକ୍‌-୨’ରେ ନଜର ଆସିବେ। ଅନ୍ୟପଟେ ‘ରାଧେ’ର ସୁଟିଂ ସରିଥିବା ବେଳେ ଏହା ଏବେ ମୁକ୍ତିଲାଭ ଅପେକ୍ଷାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe