photo--zeenews
ବଲିଉଡର ହଟ୍ ହିରୋ ସଲ୍ମାନ୍ ଖାନ୍ଙ୍କୁ ଏବେ ୫୨ ବର୍ଷ ହେଲାଣି।ସେ ଏ ବୟସରେ ବି ଭାରି ୟଙ୍ଗ୍ ଦିଶୁଛନ୍ତି। ଠିକ୍ ସେହିପରି ସେ ଜଣେ ଧନୀ ସେଲିବ୍ରିଟି , ହେଲେ ଆଜି ପର୍ଯ୍ୟନ୍ତ ବାହା ନ ହେବାର କାରଣ ଖୋଜୁଛନ୍ତି ଲୋକେ। ଏସଂପର୍କରେ ଯେତେବେଳେ ସଲମାନଙ୍କୁ ପଚରାଯାଉଛି ସେତେବେଳେ ସେ କିଛି ନା କିଛି କହି ଉତ୍ତରକୁ ଟାଳି ଦେଇଥାନ୍ତି। ହେଲେ ନିକଟରେ ସେ ଏକ ମଜାଦାର ଉତ୍ତର ଦେଇଛନ୍ତି।
ମିସ୍ ମାଲିନୀ ଡଟ୍ କମ୍ ଅନୁଯାୟୀ ସଲମାନ୍ ଖାନଙ୍କୁ କାହିଁକି ବାହା ହେଉ ନାହାନ୍ତି ବୋଲି ପଚରାଗଲା ସେ କହିଲେ ଯେ ବାହାଘର ଏକ ବଡ଼ କଥା। ଜଣଙ୍କର ବାହାଘରଲାଗି ଲୋକେ ଲକ୍ଷ ଲକ୍ଷ,ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆଉ ତାଙ୍କ ପାଖରେ ଏତେ ଟଙ୍କା ନାହିଁ ଯେଉଁଥିପାଇଁ ସେ ସିଙ୍ଗିଲ୍ ରହିଛନ୍ତି ବୋଲି ସଲମାନ୍ କହିଛନ୍ତି।
photo-navbharattimesଏଠାରେ ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲୀୟ ଗାୟିକା-ମଡେଲ ଲୁଲିଆ ଭଣ୍ଟୁରଙ୍କୁ ସଲମାନ୍ ବାହା ହେବେ ବୋଲି ଚର୍ଚ୍ଚା ହେଉଥିଲା ହେଲେ ସେଭଳି କିଛି ଘଟି ନାହିଁ। ଅପରପକ୍ଷରେ କାଟ୍ରିନା କୈଫଙ୍କ ସହ ସମାନ କଥା ଉଠିଛି ହେଲେ ଏ ବିଷୟରେ ଦୁହେଁ ନୀରବତା ଅବଲମ୍ବନ କରୁଛନ୍ତି।
Follow Us