ଦଶନ୍ଧିରୁ ଊର୍ଧ୍ୱ ବର୍ଷ ପରେ ଜମିବ ଭଂସାଲୀ ଓ ସଲମାନଙ୍କ ଯୋଡ଼ି

Advertisment
ଦଶନ୍ଧିରୁ ଊର୍ଧ୍ୱ ବର୍ଷ ପରେ ଜମିବ ଭଂସାଲୀ ଓ ସଲମାନଙ୍କ ଯୋଡ଼ି

ମୁମ୍ବାଇ: ଏକ ଦଶକରୁ ଊର୍ଧ୍ୱ ବର୍ଷ ପରେ ସିନେ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ଚଳଚ୍ଚିତ୍ର କରିବେ ବଲିଉଡ୍‌ ଅଭିନେତା ସଲମାନ ଖାନ। ପୂର୍ବରୁ ଏହି ଯୋଡ଼ି ବଲିଉଡ୍‌କୁ ‘ହମ୍‌ ଦିଲ୍‌ ଦେ ଚୁମେ ସନମ’ ଓ ‘ଖାମୋସୀ’ ପରି ଚଳଚ୍ଚିତ୍ର ଦର୍ଶକଙ୍କୁ ଉପହାରରେ ଦେଇ ସାରିଛନ୍ତି। ଏହା ବ୍ୟତୀତ ୨୦୦୭ ମସିହାରେ ରଣବୀର କପୁର ଓ ସୋନମ କପୁର ଅଭିନୀତ ଚଳଚ୍ଚିତ୍ର ‘ସାଓ୍ଵରିୟା’ରେ ମଧ୍ୟ ସଲମାନ ଅଂଶ ନେଇ ସାରିଛନ୍ତି। ଏହା ମଧ୍ୟରେ ୧୦ ବର୍ଷ ବିତି ଗଲାଣି ଭଂସାଲୀ ଓ ସଲମାନଙ୍କୁ ଏକା ସହ କାମ କରିବାର।
ନିକଟରେ ମିଳିଥିବା ସୂଚନା ଅନୁଯାୟୀ ସଲମାନ ଓ ଭଂସାଲୀ ‘ଇନ୍‌ସାଲା’ ଚଳଚ୍ଚିତ୍ରରେ ଏକତ୍ର ନଜର ଆସିବେ। ଗୋଆରେ ‘ବିଗ୍‌ ବୋସ୍‌୧୨’ ଲଞ୍ଚ ହେବା ଅବସରରେ ସଲମାନ ସ୍ପଷ୍ଟ କରିଛନ୍ତି ଯେ ସେ ‘ଗୁଜାରିସ୍‌’ ନିର୍ଦ୍ଦେଶକଙ୍କ ସହ ଏକ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି।

ସଲମାନ କହିଛନ୍ତି, ‘ହଁ ମୁଁ ସଞ୍ଜୟଙ୍କ ଏକ ଚଳଚ୍ଚିତ୍ର କରିବାକୁ ଯାଉଛି। ଏହା ସଂପର୍କରେ ମୁଁ ବହୁତ କିଛି ଜାଣିନାହିଁ। ମାତ୍ର ଗୋଟାଏ ବାକ୍ୟ ୟାକୁ ନେଇ ଶୁଣିଛି। ମାତ୍ର ସଞ୍ଜୟ ଆଉ ମୋ କଲ୍‌ ପିକ୍‌ କରୁନାହାନ୍ତି। ଦୟାକରି ତାଙ୍କୁ କୁହନ୍ତୁସେ ମୋ ଫୋନ୍‌ ପିକ୍‌ କରିବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe