ଭାଇର ଜୀବନ ପ୍ରତି ବିପଦ ଥିବା ଶୁଣି ଘରେ ପହଞ୍ଚିଲେ ସଲୁ ମିଆଁଙ୍କ ୨ ଭାଇ ସୋହେଲ ଓ ଅରବାଜ୍

Advertisment
ଭାଇର ଜୀବନ ପ୍ରତି ବିପଦ ଥିବା ଶୁଣି ଘରେ ପହଞ୍ଚିଲେ ସଲୁ ମିଆଁଙ୍କ ୨ ଭାଇ ସୋହେଲ ଓ ଅରବାଜ୍

ମୁମ୍ବାଇ: ସୁପର୍‌ଷ୍ଟାର୍‌ ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ମିଳିବା ପରେ ମୁମ୍ବାଇସ୍ଥିତ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟ୍‌ରେ କଡ଼ା ସୁରକ୍ଷା ପ୍ରଦାନ କରୁଛି ମୁମ୍ବାଇ ପୁଲିସ୍‌। ଭାଇର ଜୀବନ ପ୍ରତି ବିପଦ ଥିବା ଶୁଣିବା ପରେ ଏବେ ଘରେ ପହଞ୍ଚିଛନ୍ତି ସଲ୍‌ମାନଙ୍କ ୨ ଭାଇ ସୋହେଲ୍‌ ଖାନ୍‌ ଓ ଅରବାଜ୍ ଖାନ୍‌। ସେ ଦୁହଁଙ୍କୁ ଗାଡ଼ିରେ ନିଜ ଘରକୁ ଯାଉଥିବାର ଦେଖିବାକୁ ମିଳିଛି।

ଆପଣ ଜାଣିଥିବେ ନିଶ୍ଚୟ ଯେ ରବିବାର (ଜୁନ୍‌ ୫) ସଲମାନ ଖାନ୍‌ ଏବଂ ତାଙ୍କ ବାପା ସଲିମ୍‌ ଖାନ୍‌ଙ୍କୁ ହତ୍ୟା ଧମକ ମିଳିଥିଲା। ସଲିମ୍‌ ଖାନ୍‌ ପ୍ରାତଃ ଭ୍ରମଣ ପାଇଁ ଯାଉଥିବା ସ୍ଥାନରୁ ଏକ ଚିଠି ପାଇଥିଲେ ତାଙ୍କ ଅଙ୍ଗରକ୍ଷୀ। ଚିଠିରେ ଲେଖାଥିଲା, ‘ସଲିମ୍‌ ଖାନ୍‌ ଓ ସଲ୍‌ମାନ ଖାନ ତମ ଅବସ୍ଥା ବି ସିଦ୍ଧୁ ମୁସେୱାଲାଙ୍କ ପରି ହେବ। ଏହି ଖବର ପାଇବା ପରେ ମୁମ୍ବାଇ ପୁଲିସ୍‌ ତତ୍ପରତା ଦେଖାଇଥିଲା। ମୁମ୍ବାଇ ପୁଲିସ୍‌ର ଏକ ଟିମ୍‌ ତୁରନ୍ତ ଯାଇ ସଲ୍‌ମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ୍‌ରେ ସୁରକ୍ଷା ପ୍ରଦାନ କରିଥିଲା। ଖାଲି ସେତିକି ନୁହେଁ, ସିଦ୍ଧୁ ମୁସେୱାଲାଙ୍କ ହତ୍ୟା କରିଥିବା ଲରେନ୍ସକୁ ବି ପୁଲିସ୍‌ ମିଳିଥିବା ଧମକପୂର୍ଣ୍ଣ ଚିଠିକୁ ନେଇ ପଚରାଉଚରା କରିଥିଲା।

ସଲିମ୍‌ ଖାନ୍‌ ଏହି ଧମକପୂର୍ଣ୍ଣ ଚିଠିଟି ପାଇବା ପରେ ତାଙ୍କ ସୁରକ୍ଷାକର୍ମୀଙ୍କ ଜରିଆରେ ଏକ ମାମଲା ରୁଜୁ କରିଥିଲେ। ଆଇପିସି ଧାରା ୫୦୬ ଅଧୀନରେ ଏକ ମାମଲା ରୁଜୁ ହୋଇଛି। ସଲିମ୍‌ ପ୍ରାତଃ ଭ୍ରମଣ ପରେ ଏକ ନିର୍ଦ୍ଦିଷ୍ଟ ବେଞ୍ଚ୍‌ରେ ପ୍ରତିଦିନ ବସିଥାନ୍ତି। ସେଇଠାରୁ ହିଁ ତାଙ୍କ ଅଙ୍ଗରକ୍ଷୀଙ୍କୁ ଚିଠିଟି ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe