ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ ସଲମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ପୂର୍ବତନ ପ୍ରେମିକା ସୋମୀ ଅଲି ପୁଣି ଥରେ ସୁପରଷ୍ଟାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସଲମାନ ଖାନଙ୍କ ବିରୋଧରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପୋଷ୍ଟରେ ସୋମୀ ଅଲି ସଲମାନ ଏବଂ ତାଙ୍କ ବାପା ସଲିମ ଖାନଙ୍କ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି।
ସେ ଲେଖିଛନ୍ତି, 'ସଲମାନ ଖାନ, ତୁମେ ମୋ ଠାରୁ ସବୁକିଛି ଛଡ଼ାଇ ନେଇଛ। ତୁମେ ତୁମ ବାପାଙ୍କ ପରି, ଯିଏ ତୁମ ମା’ଙ୍କୁ ବହୁ ବର୍ଷ ଧରି ଦୁର୍ବ୍ୟବହାର କରିଆସୁଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ। ପୁଅ ଭାବରେ, ତୁମେ ତୁମ ମା’ଙ୍କୁ ମଧ୍ୟ ସାହାଯ୍ୟ କରିନାହଁ ଏବଂ ତୁମ ପିତାଙ୍କୁ ତୁମର ଆଦର୍ଶ ବୋଲି ଭାବିଛ। ତୁମେ ତୁମର ସମସ୍ତ ପ୍ରେମିକାଙ୍କୁ ପିଟୁଥିଲ। ଥରେ କଟ୍ରିନା କୈଫ ମୋତେ ଫୋନ କରିଥିଲେ। ମୁଁ ମୋର ଆତ୍ମଜୀବନୀରେ ଏହି ସବୁ ଜିନିଷ ଲେଖିବି। ଏହା ବ୍ୟତୀତ ସୋମୀ ସଲମାନଙ୍କୁ ଅଶିକ୍ଷିତ ବୋଲି ମଧ୍ୟ କହିଛନ୍ତି। ସୋମୀ ଆହୁରି ଲେଖିଛନ୍ତି ଯେ 'ତୁମର ସମୟ ଶେଷ ହେବାକୁ ଯାଉଛି। ଈଶ୍ବର ତୁମକୁ ଘୃଣା କରନ୍ତି। ତୁମେ ୧୭ବର୍ଷୀୟ ଝିଅର ଶାନ୍ତି ଛଡ଼ାଇ ନେଇଥିଲ।"
Follow Us