ସଲମାନ୍‌ ଖାନ୍‌ ଷ୍ଟାରର୍‌ ‘ରେସ୍‌-୩’ ରିଲିଜ୍‌ ପୂର୍ବରୁ କରିବ ଏହି ରେକର୍ଡ଼ !

Advertisment
ସଲମାନ୍‌ ଖାନ୍‌ ଷ୍ଟାରର୍‌ ‘ରେସ୍‌-୩’ ରିଲିଜ୍‌ ପୂର୍ବରୁ କରିବ ଏହି ରେକର୍ଡ଼ !

ମୁମ୍ବାଇ: ସଲମାନ୍‌ ଖାନ୍‌ ଷ୍ଟାରର୍‌ ‘ରେସ୍‌-୩’ ରିଲିଜ୍‌ ପୂର୍ବରୁ ନୂଆ ରେକର୍ଡ଼ କରିବାକୁ ଯାଉଛି ବୋଲି ବଲିଉଡ଼୍‍ରେ ଜୋରସୋରରେ ଚର୍ଚ୍ଚା ଚାଲିଛି। କୁହାଯାଉଛି ଯେ, ଏହି ଫିଲ୍ମର ସାଟେଲାଇଟ୍‌ ରାଇଟ୍‌ସ ବିକି ପ୍ରଯୋଜକ ରମେଶ ତୌରନି ଦେଢ଼ଶହ କୋଟି ଟଙ୍କା ଆୟ କରିବାକୁ ଚାହୁଁଛନ୍ତି। ଇତିମଧ୍ୟରେ ଏହାର ସାଟେଲାଇଟ୍‌ ରାଇଟ୍‌ସ ପାଇଁ ପ୍ରଯୋଜକଙ୍କୁ ୭୫ କୋଟି ଟଙ୍କାର ଅଫର୍‌ ମିଳିସାରିଛି। ହେଲେ ସେ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି ପ୍ରଯୋଜକ।

ପ୍ରଯୋଜକ ରମେଶ ତୌରାନୀଙ୍କ ଅନୁଯାୟୀ ‘ରେସ୍‌-୩’ଏକ ମଲ୍‌ଟି ଷ୍ଟାରର୍‌।ଏଥିରେ ସଲମାନ୍‌ ଖାନ୍‌ଙ୍କ ବ୍ୟତୀତ ଅନୀଲ କପୁର,ବବି ଦେଓଲ,ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌,ଡ଼େଜି ଶାହା ଓ ସାକିବ୍‌ ସଲିମ୍‌ଙ୍କ ଭଳି ନାମୀ ଷ୍ଟାର୍‌ ବି ଅଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି କୋରିଓଗ୍ରାଫର୍‌ ଟର୍ଣ୍ଣଡ଼୍‍ ଡ଼ିରେକ୍ଟର ରେମୋ ଡ଼ିସୁଜା।
ଟିପ୍‌ସ ଫିଲ୍ମସ୍‍ ଓ ସଲମାନ୍‌ ଫିଲ୍ମସ ପ୍ରାଇଭେଟ୍‌ ଲିମିଟେଡ଼ର ମିଳିତ ପ୍ରଯୋଜନାରେ ନିର୍ମିତ‘ରେସ୍‌-୩’ ୨୦୧୮ ଜୁନ୍‌ ୧୫ ତାରିଖରେ ରିଲିଜ୍‌ ହେବ।

publive-image                                            photo-youtube
ସଲମାନ୍‌ ଖାନ୍‌ଙ୍କ ପୂର୍ବ ସୁପରହିଟ୍‌ ଫିଲ୍ମ ‘ଟାଇଗର ଜିନ୍ଦା ହେ’ର ୭୦ କୋଟି ଟଙ୍କାରେ ସାଟେଲାଇଟ୍‌ ରାଇଟ୍‌ସ ବିକ୍ରି ହୋଇଥିଲା।ତେବେ ରିଲିଜ୍‌ ହେବା ପରେ ସଲମାନ୍‌ଙ୍କ ଫିଲ୍ମ ଅତି ବେଶିରେ ୬୦ ରୁ ୬୫ କୋଟି ଟଙ୍କାର ସାଟେଲାଇଟ୍‌ ରାଇଟ୍‌ସ ବାବଦରେ ଅର୍ଥ ପାଇଥାଏ। ଯଦି ନିର୍ମାତା ‘ରେସ୍‌-୩’କୁ ୧୫୦ କୋଟି ଟଙ୍କାରେ ସାଟେଲାଇଟ୍‌ ରାଇଟ୍‌ସ ବିକିବାରେ ସଫଳ ହୁଅନ୍ତି,ତେବେ ଏହା ହେବ ଏକ ନୂଆ ରେକର୍ଡ଼ । କିନ୍ତୁ ଏଭଳି ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି। ‘ରେସ୍‌-୩’ର ବଜେଟ୍‌ ମାତ୍ର ୧୦୫ କୋଟି ।ଏଣୁ ୧୫୦ କୋଟିରେ ସାଟେଲାଇଟ୍‌ସ ରାଇଟ୍‌ସ ବିକିଲେ ବିରଳ ରେକର୍ଡ଼ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe