ସୋନାଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଟୁଇଟ୍‌ କରି ମାଗିଲେ କ୍ଷମା, ଏଭଳି ପ୍ରତିକ୍ରିୟା ରଖିଲେ ସୋନା

Advertisment
ସୋନାଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଟୁଇଟ୍‌ କରି ମାଗିଲେ କ୍ଷମା, ଏଭଳି ପ୍ରତିକ୍ରିୟା ରଖିଲେ ସୋନା

Times of India

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ନିଜର ମତ ରଖିଥିଲେ । ଯାହା ପରେ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଲମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସଲମାନଙ୍କୁ ନେଇ ବିବାଦୀୟ ବୟାନ ଦେବାରୁ ସଲମାନଙ୍କ ଜଣେ ପ୍ରଶଂସକ ତାଙ୍କୁ ହତ୍ୟା ଧମକ ଦେଇଥିବା ଗତକାଲି ସାମ୍ନାକୁ ଆସିଥିଲା । ଧମକ ଦେଇଥିବା ବ୍ୟବହାକାରୀଙ୍କ ସ୍କ୍ରିନ୍‌ସଟ୍‌ ନେଇ ସୋନା ମହାପାତ୍ର ଟୁଇଟର ସେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।

ତେବେ ଖବର ପ୍ରସାର ହେବାର ଗୋଟେ ଦିନ ପରେ ଧମକ ଦେଇଥିବା ଯୁବକଜଣଙ୍କ ସୋନାଙ୍କୁ କ୍ଷମା ମାଗି ନେଇଥିବା ଜଣା ପଡ଼ିଛି । ଯାହାର ସୂଚନା ନିଜେ ସୋନା ଟୁଇଟର ଜରିଆରେ ଦେଇଛନ୍ତି । ଯୁବକଙ୍କ ଟୁଇଟ୍‌ ସେୟାର କରି, ଜୀବନରୁ ମାରିଦେବାର ଧମକ ପରେ ହଠାତ୍‌ ସୋନା ମ୍ୟାମ୍‌ । ଡ଼ରାଇବା ଏବଂ ଧମକାଇବାର ୨୪ଘଣ୍ଟା ପରେ ହଠାତ୍‌ ଏଭଳି ପରିବର୍ତ୍ତନ । ଲାଗୁଛି କି, ଧମକ ଦେଇଥିବା ଯୁବକକୁ ଭାରତର ଲୋକମାନେ ଭାରତରୁ ବାହାର କରିଦେବେ ବୋଲି ଭାବି ସେ ଏଭଳି କରିଛନ୍ତି । ପ୍ରିୟ ଭାଇମାନଙ୍କର ଧମକାଉଥିବା ଭାଇ, ଲେଖା ଯାଇଥିବା ଲେଖାକୁ ପଢ଼ନ୍ତୁ । ସମୟ ଶେଷ ହୋଇ ଯାଇଛି ବୋଲି ଲେଖିଥିଲେ ସୋନା ।

ସୂଚନା ମୁତାବକ କିଛି ଦିନ ତଳେ ସଲମାନ, "ଭାରତକୁ ଛାଡ଼ି ସେ ଆମେରିକାର ନିକ୍‌ଙ୍କୁ ବାଛିଲେ । ସେ ସାରା ଜୀବନ ଏଠାରେ ପରିଶ୍ରମ କଲେ । କିନ୍ତୁ ବଡ଼ ବଜେଟ ଫିଲ୍ମ ମିଳିବା ବେଳକୁ ସେ ଏହାକୁ ଛାଡ଼ି ବିବାହ କରିନେଲେ । କିଛି ଲୋକ ଫିଲ୍ମ ପାଇଁ ନିଜ ସ୍ୱାମୀଙ୍କୁ ଛାଡ଼ି ଦିଅନ୍ତି" ବୋଲି କହିଥିଲେ । ଯାହା ପରେ ସୋନା ମହାପାତ୍ର ସଲମାନଙ୍କୁ ନେଇ ବିବାଦୀୟ ଟୁଇଟ୍‌ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe