ସଲମାନଙ୍କ ଫିଲ୍ମର କ୍ରେଜ୍‌ : ଫିଲ୍ମ ଭାରତ ପାଇଁ ପୂରା ଥିଏଟର ବୁକ୍‌ କଲେ ପ୍ରଶଂସକ

Advertisment
ସଲମାନଙ୍କ ଫିଲ୍ମର କ୍ରେଜ୍‌ : ଫିଲ୍ମ ଭାରତ ପାଇଁ ପୂରା ଥିଏଟର ବୁକ୍‌ କଲେ ପ୍ରଶଂସକ

bollywoodbubble.com

ମୁମ୍ବାଇ : ଜୁନ୍‌ ୫ରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ଭାରତ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ସଲମାନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ । ରିଲିଜ୍‌ ପୂର୍ବରୁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ କେତେ ରହିଛି ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ତେବେ ରିଲିଜ୍‌ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନାସିକ୍‌ରେ ରହୁଥିବା ସଲମାନଙ୍କ ଜଣେ ପ୍ରଶଂସକ ଫିଲ୍ମ ପାଇଁ ପୂରା ଥିଏଟର ବୁକ୍‌ କରି ନେଇଥିବା ଜଣା ପଡ଼ିଛି । ପୂର୍ବରୁ ଫିଲ୍ମ ସୁଲତାନ ପାଇଁ ସଲମାନଙ୍କ ଜଣେ ପ୍ରଶଂସକ ପୂରା ଥିଏଟର ବୁକ୍‌ କରି ଦେଇଥିଲେ । ଦ୍ୱିତୀୟ ଥର ପାଇଁ ପୁଣି ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ।

publive-image Latestly.com

ମିଳିଥିବା ସୂଚନା ମୁତାବକ, ଆଶିଷ ସିଙ୍ଘଲ ନାମକ ଜଣେ ଯୁବକ ପ୍ରଥମ ଦିନ ପ୍ରଥମ ସୋ’ ଦେଖିବା ପାଇଁ ନାଶିକର ପୂରା ଥିଏଟର ବୁକ୍‌ କରି ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe