ଯାହା ପଚାରିବ ଏବେ ପଚାରିଦିଅ, ଆଗକୁ ଆମ ସହ କ’ଣ ହେବ କିଏ ଜାଣେ: ସଲିମ୍ ଖାନ୍

Advertisment

ଲରେନ୍ସ ବିଷ୍ଣୋଇଙ୍କଠାରୁ ମିଳୁଥିବା ହତ୍ୟା ଧମକ ଉପରେ ସଲମାନ ଖାନଙ୍କ ପିତା ସଲିମ ଖାନ ପ୍ରତିକ୍ରିୟା ରଖିଛନ୍ତି। ଏବିପି ନ୍ୟୁଜକୁ ସାକ୍ଷାତକାର ଦେଇ ସେ କାହାକୁ ଭୟ କରୁନଥିବା କହିଛନ୍ତି।

ଲରେନ୍ସ ବିଷ୍ଣୋଇଙ୍କଠାରୁ ମିଳୁଥିବା ହତ୍ୟା ଧମକ ଉପରେ ସଲମାନ ଖାନଙ୍କ ପିତା ସଲିମ ଖାନ ପ୍ରତିକ୍ରିୟା ରଖିଛନ୍ତି। ଏବିପି ନ୍ୟୁଜକୁ ସାକ୍ଷାତକାର ଦେଇ ସେ କାହାକୁ ଭୟ କରୁନଥିବା କହିଛନ୍ତି।

salmaank

ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା କଡାକଡି କରାଯାଇଛି। ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳୁଥିବା ବେଳେ ତାଙ୍କ ଅବସ୍ଥା ଆହୁରି ଖରାପ ହେବ ବୋଲି ଦାବି କରୁଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବି‌ଷ୍ଣୋଇ । ଏହି ସମୟରେ ସଲମାନ ଖାନଙ୍କ ପିତା ତଥା ଲେଖକ ସଲିମ ଖାନ ଲରେନ୍ସଠାରୁ ମିଳିଥିବା ଧମକ ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜକୁ ସାକ୍ଷାତକାର ଦେବା ବେଳେ ସଲିମ ଖାନ ମିଳୁଥିବା ଧମକ ବିଷୟରେ କହିଥିଲେ। ଏହି ସମୟରେ ସଲିମ ଖାନଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ସେ କହିଥିଲେ- "ଆଜି ସବୁକିଛି ପଚାରି ଦିଅ,ପରେ ସୁଯୋଗ ପାଇବ କିମ୍ବା ନ ପାଇବ | ଧମକ ମିଳୁଛି ଯେ, ସେମାନେ ଆମକୁ ଛାଡ଼ିବେ ନାହିଁ। ଦିନେ ନା ଦିନେ କେହି ତ ଜଣେ ସଫଳ ହେବ। ମୁଁ କାହାକୁ ଭୟ କରେ ନାହିଁ। ମୁଁ ବହୁତ ଭଲରେ ଅଛି। କୌଣସି ଅସୁବିଧା ନାହିଁ ।"

କୌଣସି ପ୍ରକାରର ଚିନ୍ତା ଅଛି କି ନାହିଁ ବୋଲି ପ୍ରଶ୍ନ କରାଯିବାରୁ ସଲିମ ଖାନ କହିଥିଲେ- 'ଆମ ପାଖରେ ପୂର୍ବରୁ ଥିବା ସ୍ୱାଧୀନତା ଆଉ ନାହିଁ। ଆମକୁ ସବୁବେଳେ କୁହାଯାଉଛି ଏଠାକୁ ଯିବ ନାହିଁ, ସେଠାକୁ ଯିବ ନାହିଁ। ଏହା କର ନାହିଁ, ତାହା କର ନାହିଁ | ପୁଲିସ ଯାହା କହୁଛି ତାହା ଶୁଣିବାକୁ ପଡ଼ୁଛି | ଦୀର୍ଘ ବର୍ଷ ଧରି ଯେଉଁଠାରେ ଆମେ ବସୁଥିଲୁ, ପୁଲିସ୍ ଏବେ ସେଠାକୁ ଯିବାକୁ ମନା କରୁଛି। ବାହାରକୁ ଗଲେ କେହି ଆକ୍ରମଣ କରିପାରେ ବୋଲି ପୁଲିସ ବାହାରକୁ ଯିବାକୁ ଦେଉନାହିଁ। '

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe