ଘରେ ପଶି ସଲମାନଙ୍କୁ ହତ୍ୟା କରିବାର ମିଳିଲା ଧମକ: ଗତବର୍ଷ ଆଜିର ଦିନରେ ମିଳିଥିଲା ସମାନ ଧମକ

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଘରେ ପଶି ହତ୍ୟା କରିବାର ଧମକ ଦିଆଯାଇଛି। କେବଳ ଏତିକି ନୁହେଁ, ତାଙ୍କ କାରକୁ ବୋମାରେ ଉଡ଼ାଇ ଦେବାକୁ ମଧ୍ୟ ଧମକ ମିଳିଛି। ତଦନ୍ତ ଆରମ୍ଭ କରିଛି ପୁଲିସ।

ରରଯାୗଯ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଘରେ ପଶି ହତ୍ୟା କରିବାର ଧମକ ଦିଆଯାଇଛି। କେବଳ ଏତିକି ନୁହେଁ, ତାଙ୍କ କାରକୁ ବୋମାରେ ଉଡ଼ାଇ ଦେବାକୁ ମଧ୍ୟ ଧମକ ମିଳିଛି।
 

ୱର୍ଲି ପୁଲିସ ଷ୍ଟେସନକୁ ଫୋନ କରିଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କୁହାଯାଉଛି ଯେ ଏହି ଧମକ ମୁମ୍ବାଇର ୱର୍ଲିରେ ପରିବହନ ବିଭାଗର ହ୍ୱାଟସଆପ୍ ନମ୍ବରରେ ଆସିଛି। ଏହି ଘଟଣାକୁ ପୁଲିସ ଗମ୍ଭୀରତା ସହ ନେଇ ଧମକ ପଛ‌ରେ କାହାର ହାତ ଅଛି, ନା କେହି ଜାଣିବୁଝି ଏଭଳି ଗୁଜବ ଖବର ଦେଇଛନ୍ତି ସେଦିଗରେ ପୁଲିସ ତଦନ୍ତ ଆରମ୍ଭ କରିଛି। 

ଗତବର୍ଷ ବି ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ଆଜିର ଦିନ ଅର୍ଥାତ ଏପ୍ରିଲ ୧୪ରେ ଗାଲାକ୍ସି ଆପାର୍ଟମେଣ୍ଟରେ ଅଭିନେତାଙ୍କ ଘର ବାହାରେ ଗୁଳିଚାଳନା ହୋଇଥିଲା। ଦୁଇଜଣ ବାଇକ୍ ଆରୋହୀ ସକାଳୁସକାଳୁ ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିଲେ।

ଏହି ଘଟଣା ପରେ ସଲମାନ ଖାନଙ୍କ ସୁରକ୍ଷାକୁ ସମ୍ପୂର୍ଣ୍ଣ ଭାବେ କଡ଼ାକଡ଼ି କରି ଦିଆଯାଇଛି।  କେବଳ ଏତିକି ନୁହେଁ, ତାଙ୍କ ଘରକୁ ବୁଲେଟପ୍ରୁଫ୍ କାଚରେ ଆଚ୍ଛାଦିତ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe