ଆକ୍ରମଣ ପରେ ବାଲକୋନିରେ ବୁଲେଟ ପ୍ରୁଫ ଗ୍ଲାସ୍ ଲଗାଇଲେ ସଲମାନ

ଏପ୍ରିଲ ୨୦୨୪ରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଆକ୍ରମଣ କରାଯାଇଥିଲା। ତାଙ୍କ ବାଲକୋନି ଉପରକୁ ଗୁଳି ଚଳାଇଥିଲେ ଦୁର୍ବୃତ୍ତ। ଏବେ ଆକ୍ରମଣର ଆଶଙ୍କା ଥିବାରୁ ସଲମାନ ନିଜ ବାଲ‌କୋନିରେ ବୁଲେଟ ପ୍ରୁଫ ଗ୍ଲାସ୍ ଲଗାଇଥିବା ଜଣାଯାଇଛି।

tsalmaaan

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଗତ କିଛି ବର୍ଷ ହେବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନଙ୍କ ପଛରେ ପଡ଼ିଛି। ତାଙ୍କୁ ହତ୍ୟା କରିବା ପାଇଁ ସେ ବିଭିନ୍ନ ପ୍ରକାରର ଉଦ୍ୟମ କରିସାରିଥିବା ବେଳେ ତାଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରାଇ ସାରିଛି। ଏପ୍ରିଲ ୨୦୨୪ରେ ବିଷ୍ଣୋଇ ଗ୍ୟାଙ୍ଗର କିଛି ଦୁର୍ବୃତ୍ତ ସଲମାନଙ୍କ ଘର ଉପରକୁ ଗୁଳି ଚଳାଇଥିବା ବେଳେ ଅଭିନେତାଙ୍କ ସୁରକ୍ଷା ବଢ଼ିଥିଲା। ଏବେ ଅଭିନେତା ଓ ତାଙ୍କ ପରିବାରର ସୁରକ୍ଷାକୁ ଦୃଷ୍ଟିରେ ରଖି ଘରର ବାଲକୋନିରେ ବୁଲେଟପ୍ରୁଫ ଗ୍ଲାସ ଲଗାଯାଉଥିବା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୪, ୨୦୨୪ ତାରିଖରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ବାନ୍ଦ୍ରା ଅଞ୍ଚଳର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିକାଣ୍ଡ ଘଟିଥିଲା। ଦୁଇଜଣ ଅଜ୍ଞାତ ଯୁବକ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥି‌ଲେ। ତୁରନ୍ତ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  କ୍ରାଇମବ୍ରାଞ୍ଚ ପୁଲିସ ଦୁଇଜଣଙ୍କୁ ଗିରଫ  କରିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ଏବଂ ସାଗର ପାଲ ବୋଲି ଜଣାପଡ଼ିଥିଲା। ଏହି ଗୁଳିକାଣ୍ଡ ଘଟଣ‌ା ପ‌ଛରେ କ‌ାହାର ହାତ ଅଛି କି ଉଦ୍ଦେଶ୍ୟ ରଖି ଏ ଘଟଣା ଘଟାଯାଇଛି ବୋଲି ଲୋକେ ପ୍ରଶ୍ନ କରୁଥିବା ଲରେନ୍ସ ବିଷ୍ଣୌଇର ଭାଇ ଅନମୋଲ ବିଷ୍ଣୌଇ ନିଜକୁ ଦାୟୀ କରିଥିଲା । ଏଥିସହିତ ଅନମୋଲ ଏକ ଫେସବୁକ ପୋଷ୍ଟ କରି ସଲମାନଙ୍କୁ ଏହା କେବଳ ଏକ ଟ୍ରେଲର ବୋଲି ଲେଖି ଚେତାବନୀ ଦେଇଥିଲା ।

ଏହି ଘଟଣା ପରେ ପରେ ସଲମାନଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe