'ଦବଙ୍ଗ-୩'ରେ ଖଳନାୟକ ଭୂମିକା ନିଭାଇଥିବା କିଚ୍ଚା ସୁଦୀପଙ୍କୁ ବିଏମଡବ୍ଲ୍ୟୁ କାର୍ ଉପହାରରେ ଦେଲେ ସଲମାନ୍

Advertisment
'ଦବଙ୍ଗ-୩'ରେ ଖଳନାୟକ ଭୂମିକା ନିଭାଇଥିବା କିଚ୍ଚା ସୁଦୀପଙ୍କୁ ବିଏମଡବ୍ଲ୍ୟୁ କାର୍ ଉପହାରରେ ଦେଲେ ସଲମାନ୍

oneindia.com

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ୍ ଅଭିନେତ‌ା ସଲମାନ ଖାନ୍। ରିୟାଲିଟି ସୋ’ ବିଗ୍ ବସ୍ ଓ କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ 'ଦବଙ୍ଗ-୩' ପାଇଁ ସଲମାନ ଚର୍ଚ୍ଚାରେ ରହିଥିବା ବେଳେ ଏବେ ସେ କରିଥିବା କାମକୁ ନେଇ ଲୋକେ ତାଙ୍କର ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି। ଦବଙ୍ଗ-୩ରେ ଖଳନାୟକ ଭୂମିକାରେ ନଜର ଆସିଥିବ‌ା କନ୍ନଡ ସୁପରଷ୍ଟାର କିଚ୍ଚା ସୁଦୀପଙ୍କୁ ସେ ଏକ ବିଏମଡବ୍ଲ୍ୟୁ କାର୍ ଉପହାର ଦେଇଛନ୍ତି।  କିଚ୍ଚା ବିଏମଡବ୍ଲ୍ୟୁ କାର୍ ସହ ସଲମାନ୍ ଓ ତାଙ୍କର ଫଟୋ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି।

ଫଟୋ ସେୟାର କରି କିଚ୍ଚା କ୍ୟାପସନରେ ଲେଖିଥିଲେ, "ଯଦି ଆପଣ କିଛି ଭଲ କାମ କରନ୍ତି, ତେବେ ଆପଣଙ୍କ ସହ ମଧ୍ୟ ସବୁ ଭଲ ହିଁ ହୁଏ। ସଲମାନ୍ ସାର୍ ଏହି ଉକ୍ତି ଉପରେ ମୋର ବିଶ୍ବାସ ଆଣିଛନ୍ତି। ସଲମାନ୍ ସାର୍ ବିଏମଡବ୍ଲ୍ୟୁ ଏମ୍ ୫ ଗାଡ଼ିକୁ ନେଇ ଆମ ଘରକୁ ଆସିବା ପରେ ମୋତେ ଏଭଳି ଉପହାର ଦେଇ ଆଶ୍ଚର୍ଯ୍ୟ କରିଛନ୍ତି। ମୋତେ ଓ ମୋ ପରିବାରକୁ ଏତେ ବଡ଼ ଉପହାର ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍। ଆପଣଙ୍କ ସହ କାମ କରିବା ମୋ ପାଇଁ ଗର୍ବର କଥା"।

ତେବେ ସଲମାନ୍ କିଚ୍ଚାଙ୍କୁ ଉପହାରରେ ଦେଇଥିବା ବିଏମଡବ୍ଲ୍ୟୁ ଏମ୍ ୫ର ମୂଲ୍ୟ ୧.୭କୋଟି ଟଙ୍କା ବୋଲି ଜଣା ପଡ଼ିଛି। ସଲମାନଙ୍କ ଏଭଳି କାମ ପରେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe