ବିଗ୍ ବସ-୧୫ର ବିଜେତା ନହୋଇ ମଧ୍ୟ ସଲମାନଙ୍କ ହୃଦୟ ଜିତିଲେ ପ୍ରତୀକ, ମିଳିଲା ଉପହାର

ବିଗ୍ ବସ-୧୫ର ବିଜେତା ନହୋଇ ମଧ୍ୟ ସଲମାନଙ୍କ ହୃଦୟ ଜିତିଲେ ପ୍ରତୀକ, ମିଳିଲା ଉପହାର

www.koimoi.com

ମୁମ୍ବାଇ: ଗତ ରବିବାର ଟେଲିଭିଜନର ସବୁଠାରୁ ବଡ଼ ରିୟାଲିଟି ସୋ’ ବିଗ୍ ବସ ସିଜିନ ୧୫ର ଗ୍ରାଣ୍ଡ ଫାଇନାଲ ହୋଇଥିଲା। ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଜାରି ରହିବା ସହ ସୋ’କୁ ଜିତି ଟ୍ରଫି ହାତେଇଥିଲେ ଟେଲି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ। ଏହାର ପ୍ରଥମ ଓ ଦ୍ବିତୀୟ ରନର ଅପ ହୋଇଥିଲେ ପ୍ରତୀକ ସେହେଜପାଲ ଓ କରଣ କୁନ୍ଦ୍ରା। ତେବେ ଟ୍ରଫିର ଏତେ ପାଖକୁ ଆସି ଏହାକୁ ହାତରେ ଧରି ପାରିନଥିଲେ ବି ପ୍ରଶଂସକ ଓ ସୋ’ର ଉପସ୍ଥାପକ ସଲମାନ ଖାନଙ୍କ ମନ କିଣିଛନ୍ତି ପ୍ରତୀକ ସେହେଜପାଲ।

ସୂଚନା ମୁତାବକ, ସଲମାନ ଖାନ ନିଜ ପନଭେଲ ଫାର୍ମ ହାଉସରେ ସମସ୍ତ ପ୍ରତିଯୋଗୀଙ୍କ ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ତେବେ ଏହି ପାର୍ଟିରେ ସଲମାନ ପ୍ରତୀକ ସେହେଜପାଲଙ୍କୁ ଏକ ଟି-ସାର୍ଟ ଦେଇଥିବା ଜଣାପଡ଼ିଛି। ଏହାର ଖୁଲାସା ନିଜ ଇନଷ୍ଟା ପୋଷ୍ଟ ଜରିଆରେ କରିଛନ୍ତି ପ୍ରତୀକ।

ପ୍ରତୀକ କରିଥିବା ଇନଷ୍ଟା ପୋଷ୍ଟରେ ସଲମାନ ଓ ପ୍ରତୀକ ଦୁହେଁ ନଜର ଆସୁଛନ୍ତି। ଏହାର କ୍ୟାପସନରେ ଲେଖାଯାଇଛି ଯେ, 'ଭାଇ ଆପଣଙ୍କ ଭଲପାଇବା, ସମର୍ଥନ ଏବଂ ଟି-ସାର୍ଟ ପାଇଁ ଧନ୍ୟବାଦ। ମୁଁ ଆଶା କରୁଛି ଯେ ଆପଣ ମୋତେ ନେଇ ଗର୍ବିତ। ସ୍ୱପ୍ନ ସାକାର ହୁଏ, କେବଳ ବିଶ୍ୱାସ କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe