‘ମୈନେ ପ୍ୟାର୍‌ କିୟା’ ଫିଲ୍ମକୁ ମନେ ପକାଇଲେ ସଲମାନ, ଭାଗ୍ୟଶ୍ରୀଙ୍କ ଲିପ୍‌ଷ୍ଟିକ୍‌ରେ ଚୁମ୍ବନ ବଦଳରେ ସାନିଟାଇଜର୍‌ରେ ପୋଛି ଦେଲେ

‘ମୈନେ ପ୍ୟାର୍‌ କିୟା’ ଫିଲ୍ମକୁ ମନେ ପକାଇଲେ ସଲମାନ, ଭାଗ୍ୟଶ୍ରୀଙ୍କ ଲିପ୍‌ଷ୍ଟିକ୍‌ରେ ଚୁମ୍ବନ ବଦଳରେ ସାନିଟାଇଜର୍‌ରେ ପୋଛି ଦେଲେ

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌କୁ ନେଇ ବିଭିନ୍ନ ସେଲିବ୍ରେଟି ବିଭିନ୍ନ ପ୍ରକାରର ଭିଡିଓ ସେୟାର୍‌ କରିଥିବା ବେଳେ ଟ୍ବିଟର୍‌ରେ ଏକ ମଜାଦାର ଭିଡିଓ ସେୟାର୍‌ କରିଛନ୍ତି ଦବଙ୍ଗବୟ ସଲମାନ ଖାନ। ସେ କରୋନା ସଚେତନତା ବାର୍ତ୍ତା ଦେବାକୁ ଯାଇ ତାଙ୍କ ପ୍ରଥମ ଚଳଚ୍ଚିତ୍ର ‘ମୈନେ ପ୍ରାର୍‌ କିୟା’ର ଏକ ଦୃଶ୍ୟକୁ ଟ୍ବିଟ୍‌ କରିଛନ୍ତି।

ଚଳଚ୍ଚିତ୍ରର ଏହି ଭିଡିଓଟିରେ ସଲମାନ୍‌ ତାଙ୍କ ପ୍ରେମିକା( ଅଭିନେତ୍ରୀ ଭାଗ୍ୟଶ୍ରୀ)ଙ୍କ ଲିପ୍‌ଷ୍ଟିକ୍‌ ଲାଗିଥିବା ଆଇନାକୁ ଚୁମ୍ବନ ଦେଉଥିବା ବେଳେ ଏବେ କିନ୍ତୁ ତାହାକୁ ବଦଳାଇ ଭିନ୍ନ ଢଙ୍ଗରେ ପୋଷ୍ଟ୍‌ କରିଛନ୍ତନ୍ତି। ପ୍ରଥମେ ଚଳଚ୍ଚିତ୍ରର ଅରିଜିନାଲ୍‌ ଭିଡିଓ ଦୃଶ୍ୟମାନ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ସଲମାନ ଆସି ଲିପ୍‌ଷ୍ଟିକ୍‌କୁ ଚୁମ୍ବନ ଦେଉଛନ୍ତି।

ମାତ୍ର ଏବେ ସେହି ଭିଡିଓକୁ ସେ ବଦଳାଇ ଅନ୍ୟ ଢଙ୍ଗରେ ପୋଷ୍ଟ୍‌ କରିଛନ୍ତତି। ଭିଡିଓରେ ଦେଖିବାକୁ ମିଳିଛି କି ସଲମାନ ଏକ ସାନିଟାଇଜର୍‌ ଆଣି ଟିସୁ ସାହାଯ୍ୟରେ ଆଇନାକୁ ପୋଛି ପକାଉଛନ୍ତି। ଭିଡିଓରେ କ୍ୟାପ୍‌ସନ ଦେଇଛନ୍ତି, ‘ଯଦି ‌ମୈନେ ପ୍ୟାର୍‌ କିୟା ଏବେ ରିଲିଜ୍‌ ହୋଇଥାନ୍ତା’।

ସଲମାନଙ୍କ ପ୍ରଶଂସକମାନେ ଭିଡିଓଟିକୁ ଖୁବ୍ ପସନ୍ଦ କରିଛନ୍ତିି। କେହି ‌କେହି ଲେଖିଛନ୍ତି, ‘ଇଏ ତୁମେ କ’ଣ କଲ?’ ତ ପୁଣି କେହି ସଲୁ ମିଆଁଙ୍କ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe