ସଲମାନଙ୍କ ପରି ଜଣେ ଅପରାଧୀ କେମିତି ଯବାନ ଭୂମିକାରେ ଅଭିନୟ କରିବେ? ପ୍ରଶ୍ନ କଲେ ଅଭିନବ

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ନେଇ ପୁଣି ଥରେ ବିବାଦୀୟ ବୟାନ ଦେଲେ ଫିଲ୍ମ ନିର୍ମାତା ଅଭିନବ କଶ୍ୟପ। ଫିଲ୍ମ 'ଦବଙ୍ଗ'ର ନିର୍ଦ୍ଦେଶନା ଦେଇଥିବା ଅଭିନବ କଶ୍ୟପ ପୂର୍ବରୁ ସଲମାନ ଖାନଙ୍କୁ ଗୁଣ୍ଡା ଓ ଖରାପ ମଣିଷ ବୋଲି କହିଥିଲେ। ଏବେ ସେ ସଲମାନଙ୍କୁ ଅପରାଧୀ କହିଛନ୍ତି।

New Project (1)

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ନେଇ ପୁଣି ଥରେ ବିବାଦୀୟ ବୟାନ ଦେଲେ ଫିଲ୍ମ ନିର୍ମାତା ଅଭିନବ କଶ୍ୟପ। ଫିଲ୍ମ 'ଦବଙ୍ଗ'ର ନିର୍ଦ୍ଦେଶନା ଦେଇଥିବା ଅଭିନବ କଶ୍ୟପ ପୂର୍ବରୁ ସଲମାନ ଖାନଙ୍କୁ ଗୁଣ୍ଡା ଓ ଖରାପ ମଣିଷ ବୋଲି କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ସଲମାନ ଖାନ ଅଭିନୟରେ ଆଗ୍ରହୀ ନୁହଁନ୍ତି। ସଲମାନ ଖାନଙ୍କ ସୁପରହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଦେବା ପରେ ତାଙ୍କୁ ନେଇ ଏଭଳି ମନ୍ତବ୍ୟ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ସେ ପୁଣି ସଲମାନଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସଲମାନଙ୍କୁ ଅପରାଧୀ ବୋଲି କହିବା ସହ ତାଙ୍କୁ ଫିଲ୍ମ 'ଗଲୱାନ୍‌'ରେ ଯବାନ ଭୂମିକା କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ଅଭିନବ।

ବଲିଉଡ ଠିକାନାକୁ ଦେଇଥିବା ସାକ୍ଷାତକାରରେ ଅଭିନବ କହିଛନ୍ତି ଯେ, "ଏକ କାଳ୍ପନିକ ପରିସ୍ଥିତି ହୋଇପାରେ ଯେ, ସଲମାନ ମୋ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି। ମୁଁ ତାଙ୍କୁ ସମାଲୋଚନା କରୁଥିବା ଜାଣି ବି ସେ କିଛି କହୁନାହାଁନ୍ତି, କିନ୍ତୁ ତାଙ୍କ ଚାଟୁକାରମାନଙ୍କର ବହୁତ  ସମସ୍ୟା ହେଉଛି। ସଲମାନ ତାଙ୍କ ଜୀବନକୁ ଏପରି ନଷ୍ଟ କରିଦେଇଛନ୍ତି ଯେ ଏବେ ସଜାଡ଼ିବା କଷ୍ଟ। ତାଙ୍କ ପରି ଜଣେ ଅପରାଧୀ କେମିତି ଯବାନ ଭୂମିକାରେ ଅଭିନୟ କରିବେ? ସେ ମୋତେ ଏକ ଫିଲ୍ମ ପାଇଁ ଅନୁରୋଧ କରିଥିଲେ ଏବଂ ମୁଁ ତାଙ୍କୁ 'ଦବଙ୍ଗ'ରେ ସୁଯୋଗ ଦେଇଥିଲି। କିନ୍ତୁ ସେ ମୋ ପିଠିରେ ଛୁରୀ ମାରିଥିଲେ। ସେମାନେ ମୋ ଭିତରେ ଏତେ ବିଷ ଭରି ଦେଇଛନ୍ତି, ଯାହାକୁ ମୁଁ ଏବେ ବାହାର କରୁଛି।"

ଏହା ପୂର୍ବରୁ ସେ କହିଥିଲେ ଯେ, 'ସଲମାନ କେବେ ବି କାହାଣୀକୁ ବୁଝିବାକୁ ଇଚ୍ଛା କରନ୍ତି ନାହିଁ। ତାଙ୍କର ଅଭିନୟ ପ୍ରତି ରୁଚି କମ୍। ଗତ ୨୫ବର୍ଷ ଧରି ସେ କେବଳ ସମୟ ଅତିବାହିତ କରିବାକୁ ଫିଲ୍ମ କରୁଛନ୍ତି। ସେ କାମ କରିବାକୁ ଆସି ଆମ ଉପରେ ଉପକାର କରନ୍ତି ବୋଲି ଭାବନ୍ତି। ସେ ଜଣେ ସେଲିବ୍ରିଟି ହେବାର ଶକ୍ତିକୁ ନେଇ ଅଧିକ ଆଗ୍ରହୀ। କିନ୍ତୁ ତାଙ୍କର ଅଭିନୟରେ କୌଣସି ଆଗ୍ରହ ନାହିଁ। ସେ ଜଣେ ଗୁଣ୍ଡା। ଦବଙ୍ଗ ପୂର୍ବରୁ ମୁଁ ଏହା ବିଷୟରେ ଜାଣି ନଥିଲି। ହେଲେ ପରେ ଜାଣିଲି ସଲମାନ ଅଭଦ୍ର। ସେ ଜଣେ ଖରାପ ବ୍ୟକ୍ତି।'

salman-khan | Abhinav Kashyap

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe