ପ୍ରଶଂସକଙ୍କୁ ଦେଇଥିବା କଥା ରଖିଲେ ସଲମାନ

ପ୍ରଶଂସକମାନେ ସିନେମା ‘ଗଙ୍ଗାରାମ’ର ଶୀର୍ଷକକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସୋସିଆଲ ମିଡିଆରେ ଫିଲ୍ମଟି ନିର୍ମାଣ ନ କରିବାକୁ ପ୍ରଶଂସକମାନେ ସଲମାନଙ୍କ ନିକଟରେ ଦାବି କରିଥିଲେ। 

wes

wde

ନୂଆଦିଲ୍ଲୀ: ଚଳିତ ବର୍ଷ ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’ ଥିଏଟରରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ନପାରି ଚିତପଟାଙ୍ଗ ମାରିଥିଲା। ‘ସିକନ୍ଦର’ ଫିଲ୍ମକୁ ସମାଲୋଚକମାନଙ୍କ ଠାରୁ ଆରମ୍ଭ କରି ସଲମାନଙ୍କ ପ୍ରଶଂସକମାନେ ମଧ୍ୟ ସମାଲୋଚନା କରିଥିଲେ।

ସଲମାନ ଖାନଙ୍କ ‘ସିକନ୍ଦର’ର ବିଫଳ ହେବାପରେ ‘ଗଙ୍ଗାରାମ’ ନାମକ ଏକ ଫିଲ୍ମରେ ସଲମାନ ସଞ୍ଜୟ ଦତ୍ତଙ୍କ ସହ ନଜର ଆସିବେ ବୋଲି ଖବର ମିଳିଥିଲା।  ଏହି ଖବର ସାମ୍ନାକୁ ଆସିବା ପରେ ସଲମାନଙ୍କ ପ୍ରଶଂସକମାନେ ସିନେମା ‘ଗଙ୍ଗାରାମ’ର ଶୀର୍ଷକକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସୋସିଆଲ ମିଡିଆରେ ଫିଲ୍ମଟି ନିର୍ମାଣ ନ କରିବାକୁ ପ୍ରଶଂସକମାନେ ସଲମାନଙ୍କ ନିକଟରେ ଦାବି କରିଥିଲେ। 

ସମ୍ପ୍ରତି ଖବର ମିଳିଛି କି ସଲମାନଙ୍କ ତାଙ୍କ ପ୍ରଶଂସକଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ଅନେକ ବିଚାର କରି ସିନେମା ‘ଗଙ୍ଗାରାମ’କୁ କିଛିଦିନ ପାଇଁ ସ୍ଥଗିତ ରଖି ଦେଇଛନ୍ତି।

ସଲମାନ ‘ଗଙ୍ଗାରାମ’କୁ ସ୍ଥଗିତ ରଖିବା ପରେ  କବୀର ଖାନ, ଅଲି ଅବାସ ଜଫର ଏବଂ ସୂରଜ ବଡ଼ଜାତ୍ୟା ଭଳି ଅନ୍ୟ ଫିଲ୍ମ ନିର୍ମାତାଙ୍କ ସ୍କ୍ରିପ୍ଟ ଉପରେ କାମ କରିବା ପାଇଁ ଆଲୋଚନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe