ଜୀବନ ହାରିବାକୁ ଚେଷ୍ଟା କଲା ସଲମାନଙ୍କ ଘର ବାହାରେ ଗୁଳି ଫୁଟାଇଥିବା ଅଭିଯୁକ୍ତ

Advertisment
ଜୀବନ ହାରିବାକୁ ଚେଷ୍ଟା କଲା ସଲମାନଙ୍କ ଘର ବାହାରେ ଗୁଳି ଫୁଟାଇଥିବା ଅଭିଯୁକ୍ତ

ମୁମ୍ବାଇ:  ଏପ୍ରିଲ ୧୪ ତାରିଖରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିକାଣ୍ଡ ଘଟିଥିଲା। ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତ ବିକି ଗୁପ୍ତା (୨୪), ସାଗର ପାଲ (୨୧) ଏବଂ ଅନୁଜ ଥାପନ (୩୨)କୁ ପୁଲିସ ହେପାଜତକୁ ନେଇଥିଲା। ଏବେ ଖବର ଆସୁଛି ଯେ ସଲମାନ ଖାନଙ୍କ ଘରେ ଗୁଳି ଚଳାଇଥିବା ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି ଏବଂ ତା’ର ଅବସ୍ଥା ଗୁରୁତର ରହିଛି। ଅଭିଯୁକ୍ତର ନାମ ହେଉଛି ଅନୁଜ ଥାପନ୍।

ଉଲ୍ଲେଖଯୋଗ୍ୟ, ଦୁଇଜଣ ଅଜ୍ଞାତ ଯୁବକ ଏପ୍ରିଲ ୧୪ରେ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥି‌ଲେ। ତୁରନ୍ତ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  କ୍ରାଇମବ୍ରାଞ୍ଚ ପୁଲିସ ଦୁଇଜଣଙ୍କୁ ଗିରଫ  କରିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ଏବଂ ସାଗର ପାଲ ବୋଲି ଜଣାପଡ଼ିଥିଲା। ଏଦୁହିଁଙ୍କ ପରେ ଘଟଣାରେ ସାମିଲ ଥିବା ଅନୁଜକୁ ମଧ୍ୟ ପୁଲିସ ଗିରଫ କରିଥିବା ସାମ୍ନାକୁ ଆସିଥିଲା। ଏହି ଗୁଳିକାଣ୍ଡ ଘଟଣ‌ା ପ‌ଛରେ କ‌ାହାର ହାତ ଅଛି? କେଉଁ ଉଦ୍ଦେଶ୍ୟ ରଖି କିଏ ଏ ଘଟଣା ଘଟାଯାଇଛି ବୋଲି ଲୋକେ ପ୍ରଶ୍ନ କରୁଥିବା ଲରେନ୍ସ ବିଷ୍ଣୌଇର ଭାଇ ଅନମୋଲ ବିଷ୍ଣୌଇ ନିଜକୁ ଦାୟୀ କରିଥିଲା । ଏଥିସହିତ ଅନମୋଲ ଏକ ଫେସବୁକ ପୋଷ୍ଟ କରି ସଲମାନଙ୍କୁ ଏହା କେବଳ ଏକ ଟ୍ରେଲର ବୋଲି ଲେଖି ଚେତାବନୀ ଦେଇଥିଲା ।

ଏହା ପରେ ଅନମୋଲ ବିଷ୍ଣୌଇକୁ ପଳାତକ ତାଲିକାରେ ସାମିଲ କରି ଲୁକଆଉଟ ନୋଟିସ ଜାରି କରିବାକୁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରିିଥିଲା କ୍ରାଇମବ୍ରାଞ୍ଚ। ପରେ କ୍ରାଇମବ୍ରାଞ୍ଚର ଅନୁରୋଧ ରକ୍ଷା କରି ଅନମୋଲ ବିଷ୍ଣୌଇ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe