ଏହା ହେଉଛି ସଲମନ ଓ ଲୁଲିଆଙ୍କ ସଂପର୍କର ସତ!

Advertisment
ଏହା ହେଉଛି ସଲମନ ଓ ଲୁଲିଆଙ୍କ ସଂପର୍କର ସତ!

ମୁମ୍ବାଇ: ବଲିଉଡ୍‌ର ବେଶ୍‌ ପରିଚିତ ବ୍ୟାଚଲର୍‌ ଭାବେ ଜଣାଶୁଣା ସଲମନଙ୍କ ନାଁ ସହ ରୋମାନିଆ ସୁନ୍ଦରୀ ଲୁଲୁଆ ଭେଞ୍ଚରଙ୍କ ନାଁ ଅନେକ ଥର ଯୋଡ଼ି ହୋଇଛି। ଏ ନେଇ ଭାଇଜାନଙ୍କୁ ଅନେକ ଥର ମଣମାଧ୍ୟମକୁ ସାମ୍ନା କରିବାକୁ ପଡ଼ିଛି। ସବୁଥର ସଲମନ୍‌ ସେହି ଗୋଟାଏ ଉତ୍ତର ଦେଇଛନ୍ତି ଯେ ଲୁଲିଆଙ୍କ ସହ ତାଙ୍କର ବନ୍ଧୁତ୍ୱ ବ୍ୟତୀତ ଅନ୍ୟ କିଛି ନାହିଁ। ଲୁଲିଆ ମଧ୍ୟ ସମାନ ମତ ରଖିଛନ୍ତି ଅଧିକାଂଶ ସମୟରେ।

ତେବେ, ଜାଣିବାକୁ ମିଳିଛି ଯେ ଏବେ ୟୁରୋପିଅନ୍‌ ମଡେଲ୍‌ ଲୁଲିଆ ନିଜ ଦେଶକୁ ଫେରି ଯାଇଛନ୍ତି। କାହିଁକି ନା, ତାଙ୍କ ଭିସାର ଅବଦ୍ଧି ଶେଷ ହୋଇଯାଇଛି। ସେ ଯିବା ସଂପର୍କରେ ସୋସିଆଲ୍‌ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ ‘କେବେ କେବେ ଆପଣଙ୍କ ନିକଟରେ କୌଣସି ବିକଳ୍ପ ନଥାଏ, ଆପଣଙ୍କୁ ନିୟମ ହିଁ ମାନିବାକୁ ପଡ଼ିଥାଏ, ତେଣୁ ଉଡ଼ିବାକୁ ପଡୁଛି।’

publive-image

ତେଣୁ, ଏଥିରୁ ସ୍ପଷ୍ଟ ଯେ ମିଡିଆ ଆଖିରେ ସଲମନଙ୍କ ପ୍ରେମିକା ସାଜିଥିବା ଲୁଲିଆ ସଲମନଙ୍କ ସହ କ୍ୟାଟ୍ରିନ୍‌ କୈଫ୍‌ଙ୍କୁ ଦେଖି ଟିକେ ବି ବିବ୍ରତ ନୁହଁନ୍ତି। ‘ଟାଇଗର୍‌ ଜିନ୍ଦା ହେ’ରେ ସଲ୍‌ମନଙ୍କ ସହ କ୍ୟାଟ୍‌ଙ୍କ ଜବରଦସ୍ତ କେମେଷ୍ଟ୍ରିରେ ଟିକେ ବି ଈର୍ଷାପରାୟଣା ହୋଇ ନାହାନ୍ତି ମଡେଲ୍‌ ଲୁଲିଆ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe