ସଲମାନଙ୍କୁ ହତ୍ୟା ପାଇଁ ଯୋଜନା କରିଥିବା ଯୁବକ ହେଲା ଗିରଫ

Advertisment

ସଲମାନଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ଜଣେ ଅଭିଯୁକ୍ତକୁ ମୁମ୍ବାଇ ପୁଲିସ ଗିରଫ କରିଛି।  ଗିରଫ ଅଭିଯୁକ୍ତକୁ ପାନିପତ ହରିୟାଣାରୁ ଧରାଯାଇଛି। ଯାହାର ନାମ ସୁକଖା ବୋଲି ଜଣାପଡ଼ିଛି।

ସଲମାନଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ଜଣେ ଅଭିଯୁକ୍ତକୁ ମୁମ୍ବାଇ ପୁଲିସ ଗିରଫ କରିଛି।  ଗିରଫ ଅଭିଯୁକ୍ତକୁ ପାନିପତ ହରିୟାଣାରୁ ଧରାଯାଇଛି। ଯାହାର ନାମ ସୁକଖା ବୋଲି ଜଣାପଡ଼ିଛି।

କିସ


ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି। ନିକଟରେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଏକ ପୋଷ୍ଟ ସେୟାର କରି କହିଛି‘ଯେଉଁମାନେ ବି ସଲମାନ ଖାନଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବେ ସେମାନେ ନିଜର ହିସାବକିତାବ କରି ରଖିଥିବେ।’

ଏଭଳି ଖବର ମଧ୍ୟରେ ସଲମାନଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ଜଣେ ଅଭିଯୁକ୍ତକୁ ମୁମ୍ବାଇ ପୁଲିସ ଗିରଫ କରିଛି।  ଗିରଫ ଅଭିଯୁକ୍ତକୁ ପାନିପତ ହରିୟାଣାରୁ ଧରାଯାଇଛି। ଯାହାର ନାମ ସୁକଖା ବୋଲି ଜଣାପଡ଼ିଛି। ସୁକଖା ବିଶ୍ନୋଇ ଗ୍ୟାଙ୍ଗର ଜଣେ ତୀକ୍ଷ୍ମ ଗୁଳିଚଳାଳି। ଗୁରୁବାର ମୁକଖାକୁ କୋର୍ଟରେ ହାଜର କରାଯାଇଛି। 

ପ୍ରକାଶିତ ରିପୋର୍ଟ ମୁତାବକ, ମୁମ୍ବାଇ ପୁଲିସ ଓ ହରିୟାଣା ପୁଲିସର ଜଏଣ୍ଟ ଅପରେସନରେ ଲରେନ୍ସ ବିଶ୍ନୋଇର ତୀକ୍ଷ୍ମ ସୁଟର ସୁକଖାକୁ ପାନିପତରୁ ଗିରଫ କରାଯାଇଛି। ସୁକଖା ୨୦୨୨ରେ ଲରେନ୍ସ ବିଶ୍ନୋଇ ଓ ଗୋଲ୍ଡି ବରାରଙ୍କ ପରାମର୍ଶ କ୍ରମେ ମୁମ୍ବାଇରେ ସଲମାନ ଖାନଙ୍କ ଫାର୍ମ ହାଉସରେ ରେକି କରିଥିଲା।

ରେକି ପରେ ସଲମାନଙ୍କ ଉପରେ ସୁକଖାକୁ ଆକ୍ରମଣ କରିବାର ଥିଲା। କିନ୍ତୁ କୌଣସି କରଣରୁ ଯୋଜନା ପଣ୍ଡ ହୋଇଯାଇଥିଲା।  ଏମିତି କି ସୁଟର ସଲମାନଙ୍କ ଫାର୍ମ ହାଉସର ଗାର୍ଡଙ୍କ ସହିତ କୌଶଳକ୍ରମେ ଭଲ ସମ୍ପର୍କ ସ୍ଥାପନ କରି କଥାବାର୍ତ୍ତା ବି ହେଉଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe