indiatoday.in
ମୁମ୍ବାଇ: ଏବେ ରିୟାଲିଟି ସୋ’ ବିଗ୍ ବସ୍ ସିଜିନ-୧୩ ସହ ନିଜର ଆଗାମୀ ଫିଲ୍ମ 'ଦବଙ୍ଗ-୩'କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଦବଙ୍ଗ ଖାନ୍ ସଲମାନ। ଫିଲ୍ମର ଟ୍ରେଲର ଓ କିଛି ଗୀତ ରିଲିଜ୍ ହୋଇ ସାରିଥିବା ବେଳେ ସଲମାନଙ୍କ ପ୍ରଶଂସକଙ୍କ ମନରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ୁଥିବା ଦେଖାଯାଇଛି। ତେବେ ଫିଲ୍ମକୁ ଦେଖିବା ପରେ ସଲମାନଙ୍କ ବାପା ସଲିମ୍ ଖାନ୍ ତାଙ୍କୁ ଏକ ଉପଦେଶ ଦେଇଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଫିଲ୍ମ ପାଇଁ ସଲମାନ ଉଭୟ ଉତ୍ସାହିତ ଓ ଚିନ୍ତିତ ଥିବା ବେଳେ ତାଙ୍କୁ ସଲିମ ଖାନ୍ ଚିନ୍ତା ନ କରିବା ପାଇଁ କହିଛନ୍ତି।
Zee Newsସଲମାନଙ୍କ କହିବା ମୁତାବକ, ବାପା ଆମ ଫିଲ୍ମକୁ ନେଇ ସବୁବେଳେ ଆଲୋଚନା କରିବା ସହ ଆମକୁ ଚିନ୍ତା ନ କରିବାକୁ କହିଥାନ୍ତି। ସବୁ ସମୟରେ, ଏ ଫିଲ୍ମ ସରିଗଲା, ଏହା ବିଷୟରେ ଭାବିବା ଛାଡ଼ିଦିଅ ବୋଲି କହୁଥିବା ବେଳେ ‘ଦବଙ୍ଗ-୩’ପାଇଁ ମଧ୍ୟ ସେ ସେଭଳି କିଛି କହିଥିଲେ। ‘ଦବଙ୍ଗ-୩’ ଦେଖିବା ପରେ ସେ କହିଥିଲେ କି, ଏ ବିଷୟରେ ଭୁଲିଯାଅ। ଫିଲ୍ମକୁ ନେଇ ଚିନ୍ତା କର ନାହିଁ। ଏହି ଫିଲ୍ମର ସଫଳତାକୁ ତୁମ ମୁଣ୍ଡ ଉପରେ ନ ଚଢ଼ାଇ ଆଗାମୀ ପ୍ରୋଜେକ୍ଟ ପାଇଁ କଷ୍ଟ କରିବା ଆରମ୍ଭ କର।
Follow Us