‘କେତେ ବକ୍‌ବାସ୍‌!’ ନିଜ ଅଭିନୟକୁ ନେଇ ବେଳେ ବେଳେ ଏମିତି ଭାବନ୍ତି ସଲ୍‌ମାନ

‘କେତେ ବକ୍‌ବାସ୍‌!’ ନିଜ ଅଭିନୟକୁ ନେଇ ବେଳେ ବେଳେ ଏମିତି ଭାବନ୍ତି ସଲ୍‌ମାନ

Zee News

ମୁମ୍ବାଇ: ପରଦାରେ ଅଭିନେତାମାନଙ୍କ ଅଭିନୟକୁ ଦର୍ଶକମାନେ ବିଚାର କରନ୍ତୁ କି ନାହିଁ ମାତ୍ର ଯିଏ ଅଭିନୟ କରିଥାଏ ସେ ତାହା ଅବଶ୍ୟ କରିଥାନ୍ତି। ନିକଟରେ ଦବଙ୍ଗ ବୟ ସଲମାନ୍‌ ଖାନଙ୍କୁ ଏ ନେଇ ଏକ ପ୍ରଶ୍ନ ପଚରା ଯାଇଥିଲା- ‘ଆପଣ ନିଜ ଅଭିନୟକୁ ନେଇ କେବେ ଅନୁତପ୍ତ ଅନୁଭବ କରିଛନ୍ତି କି?’

ଏହାର ଉତ୍ତର ଦେଇ ସଲମାନ କହିଛନ୍ତି କି ବେଳେ ବେଳେ ସେ ନିଜ ଅଭିନୟକୁ ନିଜେ ପ୍ରଶଂସା କରନ୍ତି। ଆଉ ପୁଣି କେବେ କହନ୍ତି, ‘କେତେ ବକ୍‌ବାସ୍‌ ଥିଲା ଏହା!’ ନିକଟ ଅତୀତରେ ‘ଭାରତ’, ‘ଟ୍ୟୁବ୍‌ଲାଇଟ୍‌’, ‘ସୁଲ୍‌ତାନ’ ଓ ‘ବଜରଙ୍ଗୀ ଭାଇଜାନ’ ପରି ହିଟ୍‌ ଚଳଚ୍ଚିତ୍ର ଦେଇଥିବା ସଲମାନ ଅନେକ ସମୟରେ ନିଜ ଅଭିନୟ ଦେଖି ଅସନ୍ତୁଷ୍ଟ ହୋଇଛନ୍ତି।

publive-image MyNation

ସଲମାନ ତାହାକୁ ଭଲ ଭାବେ ବୁଝାଇ  କହିଛନ୍ତି କି ‘ଯେତେବେଳେ ଜଣେ ବ୍ୟକ୍ତି ନିଜ କାମକୁ ନେଇ ପୂରାପୂରି ସନ୍ତୁୁଷ୍ଟ ହୋଇଯାଏ ସେ ତାଠାରୁ ଭଲ କାମ ଆଉ କେବେ କରିପାରେନି। ଏହି ମାନସିକତା ନିଜ ପାଇଁ ଆଦୌ ଶୁଭଙ୍କର ନୁହେଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe