ମୋତେ ବି ସମର୍ଥନ ଦରକାର; ସିକନ୍ଦର ପାଇଁ କେହି ସମର୍ଥନ କରୁନଥିବାରୁ ଏଭଳି କହିଲେ ସଲମାନ

ବଲିଉଡର ଭାଇଜାନ ସଲମାନ ଖାନ୍‌ ନିଜ ସହ-କଳାକାରଙ୍କ ଫିଲ୍ମର ପ୍ରଚାର କରୁଥିବା ଅନେକ ସମୟରେ ଦେଖାଯାଏ। ହେଲେ ସିକନ୍ଦର ପାଇଁ କେହି ପ୍ରଚାର ନକରିବାରୁ ସଲମାନ ଏବେ ନିଜ ମୁହଁ ଖୋଲିଛନ୍ତି।

tsalmaan k

ନୂଆଦିଲ୍ଲୀ: ବଲିଉଡର ଭାଇଜାନ ସଲମାନ ଖାନ୍ ଏବେ ତାଙ୍କ ଫିଲ୍ମ ସିକନ୍ଦର ପାଇଁ ଚର୍ଚ୍ଚାରେ ଅଛନ୍ତି। ସିକନ୍ଦର ଇଦ୍ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ପ୍ରଥମ ଦିନ ଫିଲ୍ମଟି ଭଲ ଆୟ କରିଥିଲେ ବି ଏବେ ଫିଲ୍ମର ଆୟ କମିବାରେ ଲାଗିଛି। ଫିଲ୍ମଟି ୧୦୦କୋଟି ପାର୍ କରିପାରିବ କି ନାହିଁ, ସେ ଚିନ୍ତା ଏବେ ନିର୍ମାତାଙ୍କୁ ଘାରିଲାଣି। ଏମଧ୍ୟରେ ବଲିଉଡରୁ ସଲମାନଙ୍କୁ କହେି ସମର୍ଥନ କରୁନଥିବା ଜଣାଯାଇଛି। ଏକଥା ନିଜେ ସଲମାନ ଜଣାଇଛନ୍ତି। ଏକ ସାକ୍ଷାତକାରରେ ସଲମାନଙ୍କୁ ଏନେଇ ପ୍ରଶ୍ନ କରାଯିବା ପରେ ସେ ଉତ୍ତରରେ ସମର୍ଥନ ମିଳୁନଥିବା ବିଷୟରେ କହିଥିଲେ।

ସଲମାନଙ୍କ ନିଜ ସହ-କଳାକାରଙ୍କ ଫିଲ୍ମର ପ୍ରଚାର କରୁଥିବା ଅନେକ ସମୟରେ ଦେଖାଯାଏ। ହେଲେ ସିକନ୍ଦର ପାଇଁ କେହି ପ୍ରଚାର ନକରିବାରୁ ସଲମାନ କହିଛନ୍ତି ଯେ, "ହୁଏତ ସେମାନେ ଭାବୁଛନ୍ତି ଯେ ମୋତେ ସମର୍ଥନର ଆବଶ୍ୟକତା ନାହିଁ। କିନ୍ତୁ ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ, ମୋତେ ବି ସମର୍ଥନର ଆବଶ୍ୟକତା ରହିଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe