ପ୍ରମାଣ ଅଭାବରୁ ସଲମାନଙ୍କ ଉପରେ ଆକ୍ରମଣର ଷଡଯନ୍ତ୍ର କରିଥିବା ଅଭିଯୁକ୍ତକୁ ମିଳିଲା ଜାମିନ୍

ସଲମାନ ଖାନଙ୍କ ପନଭେଲ ଫାର୍ମହାଉସ ଉପରେ ଆକ୍ରମଣ ପାଇଁ ଷଡଯନ୍ତ୍ର କରିଥିବା ଦୁଇ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ଏହି ଅଭିଯୁକ୍ତମାନେ ଗତ ବର୍ଷ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ।

rt

ret

ମୁମ୍ବାଇ: ଜାନୁଆରି ୨୦୨୪ରେ, ଦୁଇଜଣ ବ୍ୟକ୍ତି ବଲିଉଡ ଅଭିନେତା ସଲମାନ ଖାନଙ୍କ ପନଭେଲ ଫାର୍ମହାଉସରେ ଜୋରଜବରଦସ୍ତ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସଲମାନଙ୍କ ଫାର୍ମହାଉସ ଉପରେ ଆକ୍ରମଣ ଷଡ଼ଯନ୍ତ୍ର ଅଭିଯୋଗରେ ଗିରଫ ହୋଇଥିବା ଏହି ଦୁଇ ଅଭିଯୁକ୍ତଙ୍କୁ ଏବେ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ବମ୍ବେ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ମିଳିନାହିଁ। କୋର୍ଟଙ୍କ ଅନୁଯାୟୀ, ସଲମାନ ଖାନଙ୍କ ଫାର୍ମହାଉସ ଉପରେ ଆକ୍ରମଣ ପାଇଁ ଆଲୋଚନା ହୋଇଥିବା ହ୍ୱାଟସଆପ ଗ୍ରୁପରେ ଅଭିଯୁକ୍ତଙ୍କ ଉପସ୍ଥିତି ବ୍ୟତୀତ, ସେମାନଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ମିଳିନାହିଁ। ଏହି କାରଣରୁ ସେମାନଙ୍କୁ ଜାମିନ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଏହି ଘଟଣାରେ ପୁଲିସ ଅଭିଯୁକ୍ତ ୱାସପି ମହମ୍ମୁଦ ଖାନ ଓରଫ ୱସିମ ଚିକନା ଏବଂ ଗୌରବ ବିନୋଦ ଭାଟିଆ ଓରଫ ସନ୍ଦୀପ ବିଷ୍ନୋଇକୁ ଗିରଫ କରିଥିଲା। ହେ‌ଲେ ଶୁଣାଣି ବେ‌ଳେ କୌଣସି ଠୋସ୍ ପ୍ରମାଣ ନଥିବା ଦେଖି କୋର୍ଟ ସେମାନଙ୍କୁ ଜାମିନ୍ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe