ସିନେମା ଦେଖି ହଲ ଭିତରେ ବାଣ ଫୁଟାଇଲେ ପ୍ରଶଂସକ, ଏଭଳି ନକରିବାକୁ ଅନୁରୋଧ କଲେ ସଲମାନ

ସିନେମା ଦେଖି ହଲ ଭିତରେ ବାଣ ଫୁଟାଇଲେ ପ୍ରଶଂସକ,  ଏଭଳି ନକରିବାକୁ ଅନୁରୋଧ କଲେ ସଲମାନ

ନୂଆଦିଲ୍ଳୀ: ସଲମାନଙ୍କ ସିନେମା ଦେଖି ଥିଏଟର ଭିତରେ ପ୍ରଶଂସକ ବାଣ ଫୁଟାଇଛନ୍ତି। ଏହାରି ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋାଇଛି । ଏହି ଭିଡିଓ ଭାଇରାଲ ହେବା ପରେ ଅଭିନେତା ସଲମାନ ଖାନ୍‌ ସାମ୍ନାକୁ ଆସିଛନ୍ତି । ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରି ଲୋକଙ୍କୁ ଏଭଳି ନ କରିବା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ହଲ୍‌ ଭିତରେ ବାଣ ଫୁଟାନ୍ତୁ ନାହିଁ। ଏହାର ମୋର ସମସ୍ତ ଫ୍ୟାନ୍‌ମାନଙ୍କୁ ଅନୁରୋଧ ।

ଗତ ଶୁକ୍ରବାର ସଲମାନ ଖାନ୍‌ଙ୍କ ସିନେମା ‘ଅନ୍ତିମ ଦ ଫାଇନାଲ ଟ୍ରୁଥ’ ରିଲିଜ ହୋଇଥିଲା। ସିନେମାଟି ହାଉସଫୁଲ୍‌ ହୋଇଥିବା ସୂଚନା ମିଳିଛି। ସଲମାନଙ୍କ ସିନେମା ଦେଖିବା ପାଇଁ ଦର୍ଶକଙ୍କ ଲାଗିଥିଲା ପ୍ରବଳ ଭିଡ।

View this post on Instagram
୧୮

A post shared by Salman Khan (@beingsalmankhan)

ସଲମାନଙ୍କ ଅଭିନୟ ଦେଖି ଉତ୍ସ‌ାହିତ ହୋଇ ଫ୍ୟାନ୍‌ମାନେ ହଲ୍‌ ଭିତରେ ଦର୍ଶକଙ୍କ ସାମ୍ନାରେ ବାଣ ଫୁଟାଇଥିିଲେ। କେବଳ ସେତିକି ନୁହେଁ ଭାଇଜାନ ଭାଇଜାନ ଶବ୍ଦରେ ଫାଟି ପଡିଛି ଥିଏଟର। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହା କେଉଁ ସ୍ଥାନର ତାହା ଜଣାପଡି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe