ମାଡ଼ ମାରିଥିଲେ, ସେ ବଞ୍ଚିନଥାନ୍ତେ ! ଐଶ୍ବର୍ଯ୍ୟାଙ୍କୁ ମାଡ଼ ମାରିବା ଅଭିଯୋଗ ଉପରେ ସଲମାନଙ୍କ ପ୍ରତିକ୍ରିୟା ଭାଇରାଲ

Advertisment
ମାଡ଼ ମାରିଥିଲେ, ସେ ବଞ୍ଚିନଥାନ୍ତେ ! ଐଶ୍ବର୍ଯ୍ୟାଙ୍କୁ ମାଡ଼ ମାରିବା ଅଭିଯୋଗ ଉପରେ ସଲମାନଙ୍କ ପ୍ରତିକ୍ରିୟା ଭାଇରାଲ

ମୁମ୍ବାଇ: ସଲମାନ ଖାନ ତାଙ୍କ ଚଳଚ୍ଚିତ୍ର ଅପେକ୍ଷା ତାଙ୍କ ପ୍ରେମ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ସଲମାନଙ୍କ ନାମ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ାଯାଇଛି। ବିଶେଷକରି ଐଶ୍ୱର୍ଯ୍ୟା ରାୟଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଅଧିକ ଚର୍ଚ୍ଚାରେ ରହିଆସିଛି। ଐଶ୍ୱର୍ଯ୍ୟା ଏବଂ ସଲମାନଙ୍କ ପ୍ରେମ କାହାଣୀକୁ ନେଇ ଆଜି ବି ଚର୍ଚ୍ଚା ହୁଏ। ଫିଲ୍ମ 'ହମ ଦିଲ ଦେ ଚୁକେ ସନମ'ର ସୁଟିଂ ସମୟରେ ସଲମାନ ଏବଂ ଐଶ୍ୱର୍ଯ୍ୟା ପରସ୍ପରକୁ ଜାଣିଥିଲେ। ଏହା ପରେ ଉଭୟଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ତେବେ, ଏହି ପ୍ରେମ କାହାଣୀର ଅନ୍ତ ଅତ୍ୟନ୍ତ ଦୁଃଖଦାୟକ ଥିଲା। ଐଶ୍ୱର୍ଯ୍ୟା, ସଲମାନଙ୍କ ଉପରେ ଅନେକ ଗମ୍ଭୀର ଆରୋପ ଲଗାଇଥିଲେ। ସଲମାନ ତାଙ୍କୁ ମାଡ଼ ମାରୁଥିଲେ ବୋଲି ମଧ୍ୟ ଅଭିଯୋଗ କରିଥିଲେ ଐଶ୍ବର୍ଯ୍ୟା।

୨୦୦୨ରେ, ଐଶ୍ବର୍ଯ୍ୟା ବମ୍ବେ ଟାଇମ୍ସକୁ ଏକ ସାକ୍ଷାତକାର ଦେଇ କହିଥିଲେ ଯେ, "ମଦ ପିଇ ସେ ମୋ ସହ କରୁଥିବା ଖରାପ ବ୍ୟବହାରକୁ ସହ୍ୟ କରିଥିଲି। ଏହାର ପ୍ରତିବଦଳରେ ମୋତେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିଲା। ଏହା ପରେ ନିଜର ଆତ୍ମସମ୍ମାନ ପାଇଁ ମୁଁ ତାଙ୍କ ସହ ମୋର ସମ୍ପର୍କ ଶେଷ କରିଥିଲି।"

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସଲମାନ, ଐଶ୍ୱର୍ଯ୍ୟାଙ୍କ ଏହି ଅଭିଯୋଗର ଜବାବ ଦେଇଥିଲେ। ସଲମାନ ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେବା ବେଳେ ସାମ୍ବାଦିକା ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ ଜଣେ ମହିଳାଙ୍କ ଉପରେ ହାତ ଉଠାଇଥିବାର ଅଭିଯୋଗ ହୋଇଥିଲା। ଏହାକୁ ନେଇ ଆପଣ କ’ଣ କହିବେ? ଉତ୍ତରରେ ସଲମାନ କହିଥିଲେ, ସେ ଯଦି ଅଭିଯୋଗ କରିଛନ୍ତି, ମୁଁ ଆଉ କ’ଣ କହିପାରିବି। କିଛି ମାସ ତଳେ ଜଣେ ସାମ୍ବାଦିକ ମୋତେ ଏହି ପ୍ରଶ୍ନ କରିଥିଲେ, ଯାହାକୁ ଶୁଣି ମୁଁ ରାଗରେ ଟେବୁଲକୁ ବାଡ଼ାଇ ଦେଇଥିଲି। ଏହା ଫଳରେ ଟେବୁଲଟି ଭାଙ୍ଗିଯାଇଥିଲା। ଯଦି ମୁଁ ରାଗରେ କୌଣସି ମହିଳାଙ୍କ ଉପରକୁ ହାତ ଉଠାଇଥାନ୍ତି, ତେବେ ସେ ଆଉ ବଞ୍ଚିନଥାନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe