ଦବଙ୍ଗର ଚୁଲବୁଲ ପାଣ୍ଡେ ପାଇଁ ପ୍ରଥମ ପସନ୍ଦ ନ ଥିଲେ ସଲମାନ ଖାନ୍, ଏହି ହିରୋଙ୍କୁ ପ୍ରଥମେ ହୋଇଥିଲା ଅଫର

ଦବଙ୍ଗର ଚୁଲବୁଲ ପାଣ୍ଡେ ପାଇଁ ପ୍ରଥମ ପସନ୍ଦ ନ ଥିଲେ ସଲମାନ ଖାନ୍, ଏହି ହିରୋଙ୍କୁ ପ୍ରଥମେ ହୋଇଥିଲା ଅଫର

amarujala.com

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ୍ ଏବେ ନିଜର ଆଗାମୀ ଫିଲ୍ମ ଦବଙ୍ଗ-୩କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମକୁ ହିଟ୍ କରାଇବା ପାଇଁ ବିଭିନ୍ନ ରିୟାଲିଟି ସୋ’ ଓ ବିଗ୍ ବସ୍-୧୩ରେ ମଧ୍ୟ ସେ ପ୍ରମୋସନ ଆରମ୍ଭ କରି ସାରିଛନ୍ତି। ଡିସେମ୍ବର ୨୦ରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ପୂର୍ବରୁ ଏକ ବଡ଼ ଖୁଲାସା କରିଛନ୍ତି ଦବଙ୍ଗ ଖାନ୍। ଦବଙ୍ଗର ଚୁଲବୁଲ ପାଣ୍ଡେ ଚରିତ୍ର ପାଇଁ ସେ ପ୍ରଥମ ପସନ୍ଦ  ନଥିବା କହିଛନ୍ତି ସଲମାନ ଖାନ୍।

salman arbaaz amarujala.com

ପିଙ୍କଭିଲାର ରିପୋର୍ଟ ମୁତାବକ, ପ୍ରଥମେ ଦବଙ୍ଗରେ ଚୁଲବୁଲ ପାଣ୍ଡେଙ୍କ ଚରିତ୍ର ପାଇଁ ରଣଦୀପ ହୁଡ୍ଡାଙ୍କୁ ବଛା ଯାଇଥିଲା। ରଣଦୀପଙ୍କ ସହ ଏହି ଫିଲ୍ମରେ ଅରବାଜ୍ ଖାନ୍ ମଧ୍ୟ ନଜର ଆସିବାର ଥିଲା। ସେ ସମୟରେ ଫିଲ୍ମର ବଜେଟ ୨କୋଟି ଟଙ୍କା ଥିଲା। କିନ୍ତୁ ପରେ ଅରବାଜ ଚୁଲବୁଲ ପାଣ୍ଡେ ଚରିତ୍ର ବିଷୟରେ ସଲମାନଙ୍କୁ ଜଣାଇଥିଲେ। ସଲାମନ ଫିଲ୍ମର ପୂରା କାହାଣୀ ଶୁଣିବା ପରେ ସେଥିରେ ପରିବର୍ତ୍ତନ ଆଣିଥିଲେ। ଫିଲ୍ମରେ ଆକ୍ସନ ଦୃଶ୍ୟ କିଛି ନ ଥିବା ବେଳେ ସଲମାନ ସ୍କ୍ରିପ୍ଟରେ ପରିବର୍ତ୍ତନ ଆଣିବା ପରେ ନିର୍ଦ୍ଦେଶକ ରଣଦୀପଙ୍କ ବଦଳରେ ସଲମାନଙ୍କୁ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe