Zee News
ମୁମ୍ବାଇ : ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କ ବିବାହ ଏବେ ଏକ ଜାତୀୟ ବନି ସାରିଛି । ଏ ନେଇ ସଲମାନଙ୍କୁ ଅନେକ ପ୍ରଶ୍ନ କରାଯାଇ ସାରିଥିଲେ ମଧ୍ୟ ସବୁ ସମୟରେ ସେ ଭିନ୍ନ ଭିନ୍ନ ଉତ୍ତର ଦେଇ ଏହି ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି । ତେବେ ବିବାହକୁ ନେଇ ସଲମାନ ଏବେ ଯେଉଁ ଭଳି ବୟାନ ଦେଇଛନ୍ତି, ତାହା ସମସ୍ତଙ୍କୁ ଚମକାଇ ଦେଇଛି ।
www.thenews.com.pkଏକ ସାକ୍ଷାତକାରେ ତାଙ୍କର ବିବାହ ଉପରେ ଭରସା ନାହିଁ ଏବଂ ବିବାହ ହେଉଛି ସମାଜରୁ ଶେଷ ହେଉଥିବା ପରମ୍ପରା ବୋଲି କହିଛନ୍ତି ସଲମାନ। ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ମୋର ବିବାହ ଭଳି ପରମ୍ପରା ଉପରେ ଜମା ବି ବିଶ୍ୱାସ ନାହିଁ । ସମୟ ବିତିବା ସହ ବିବାହ ପ୍ରଥା ଉପରୁ ଲୋକମାନଙ୍କର ବିଶ୍ୱାସ କମିବାରେ ଲାଗିଛି । ବିବାହ ପରିବର୍ତ୍ତେ ମୁଁ ବନ୍ଧୁତାକୁ ପସନ୍ଦ କରେ ବୋଲି କହିଛନ୍ତି ସଲମାନ । ତେବେ ତାଙ୍କର ଏଭଳି ବୟାନ ଆସିବା ପରେ ସଲମାନ କେବେ ବି ବିବାହ କରିବେ ନାହିଁ ବୋଲି ସ୍ପଷ୍ଟ ହୋଇ ଯାଇଛି ।
Follow Us