ଗିରଫ ପରେ ସଲମାନଙ୍କ ଘରେ ଅନୁପ୍ରବେଶ କରିବାର କାରଣ ବଖାଣିଲେ ଅଭିନେତ୍ରୀ

ସଲମାନଙ୍କ ଘରେ ଅନୁପ୍ରବେଶ କରିଥିବା ଇଶା ୨୦୧୬ ମସିହାରୁ ମୁମ୍ବାଇରେ ରହୁଛନ୍ତି ଏବଂ ୬ ମାସ ପୂର୍ବରୁ ବାନ୍ଦ୍ରାକୁ ସ୍ଥାନାନ୍ତରିତ ହୋଇଛନ୍ତି। ସେ କନ୍ନଡ ଚଳଚ୍ଚିତ୍ରରେ ପାର୍ଶ୍ଵ ଭୂମିକାରେ ଅଭିନୟ କରିଛନ୍ତି।

କତି

ନୂଆଦିଲ୍ଲୀ: ମୁମ୍ବାଇରେ ଥିବା ସଲ୍‌ମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ନିକଟରେ ଦୁଇଜଣ ବ୍ୟକ୍ତି ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ତାଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଉଭୟ ଅନୁପ୍ରବେଶକାରୀଙ୍କୁ ପୁଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୩୨ ବର୍ଷୀୟା ମହିଳା ଇଶା ଛାବ୍ରା।  ଗିରଫ ଇଶା ଜଣେ ମଡେଲର ହେବାସହିତ ଅଭିନେତ୍ରୀ ମଧ୍ୟ।

ଗିରଫ ପରେ ପୁଲିସ ଇଶା ଛାବ୍ରାଙ୍କୁ ପଚରାଉଚରା କରିବା ସମୟରେ ଅଭିନେତ୍ରୀ ସଲମାନ ଖାନଙ୍କ ଘରେ ପ୍ରବେଶ କରିବା ଘଟଣାକୁ ନେଇ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। 

ଇଶା କହିଛନ୍ତି, ‘ମଇ ୨୧ ସକାଳ ୩.୩୦ ସମୟରେ ମୁଁ ଅଭିନେତା ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟର ଗେଟ୍ ପାଖରେ ପହଞ୍ଚିଥିଲି । ସେଠାରେ ସୁରକ୍ଷାକର୍ମୀଙ୍କୁ ଗାଲାକ୍ସି ଆପାର୍ଟମେଣ୍ଟର ଚତୁର୍ଥ ମହଲାକୁ ଯିବାକୁ କହିଥିଲି। ଏହାପରେ ମୁଁ ଲିଫ୍ଟରେ ସିଧା ତୃତୀୟ ମହଲାକୁ ଯାଇଥିଲି। ଏହି ସମୟରେ ମୋତେ ସୁରକ୍ଷାକର୍ମୀମାନେ ସେଠାରେ ଅଟକାଇ ମୋର ପରିଚୟ ପଚାରିଥିଲେ। ଏହି ସମୟରେ ମୁଁ ତାଙ୍କୁ କହିଥିଲି  ମୁଁ ସଲମାନ ଖାନଙ୍କର ଜଣେ ବଡ଼ପ୍ରଶଂସକ ତେଣୁ ତାଙ୍କୁ ଭେଟିବା ପାଇଁ ଏଠାକୁ ଆସିଛି।’

ଇଶା ୨୦୧୬ ମସିହାରୁ ମୁମ୍ବାଇରେ ରହୁଛନ୍ତି ଏବଂ ୬ ମାସ ପୂର୍ବରୁ ବାନ୍ଦ୍ରାକୁ ସ୍ଥାନାନ୍ତରିତ ହୋଇ ଆସିଛନ୍ତି। ସେ କନ୍ନଡ ଚଳଚ୍ଚିତ୍ରରେ ପାର୍ଶ୍ଵ ଭୂମିକାରେ ଅଭିନୟ କରିଛନ୍ତି। ସେ ବାଣିଜ୍ୟିକ ବିଜ୍ଞାପନରେ ମଧ୍ୟ କାମ କରନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe