ହତ୍ୟା ଧମକ ମିଳିବା ପରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କଲେ ସଲମାନ ଖାନ୍‌

Advertisment
‘ଯିଏ ଭାଇ ଓ ଯାହାଙ୍କୁ ମୁଁ ଭଉଣୀ କରେ ସେମାନଙ୍କ ପାଇଁ ମୁଁ ‘ଭାଇଜାନ୍‌’: ବହୁତ ଲୋକଙ୍କ ଜାନ୍‌ ବି ମୁଁ’

Bollywood Hungama

ମୁମ୍ବାଇ: ହତ୍ୟା ଧମକ ମିଳିବା ପରେ ନିଜର ସୁରକ୍ଷା ପାଇଁ ଅଭିନେତା ସଲମାନ ଖାନ୍‌ ମୁମ୍ବାଇ ପୁଲିସ୍‌ରେ ବ୍ୟକ୍ତିଗତ ବନ୍ଧୁକ ରଖିବା ପାଇଁ ଲାଇସେନ୍ସ ଆବେଦନ କରିଛନ୍ତି। ସଲମାନ ଶୁକ୍ରବାର ମୁମ୍ବାଇ ପୁଲିସ୍‌ କମିସନର୍‌ ବିବେକ ଫାନ୍ସଲ୍‌କରଙ୍କୁ ଭେଟି ଏହି ଆବେଦନ କରିଛନ୍ତି ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।  ଆଜି ଅପରାହ୍ଣ ୪ଟା ବେଳେ ମୁମ୍ବାଇ ପୁଲିସ ମୁଖ୍ୟାଳୟକୁ ଯାଇ ସଲମାନ୍ କମିସନରଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଗତ ମାସ ପ୍ରଥମ ସପ୍ତାହ‌ରେ ସୁପର୍‌ଷ୍ଟାର୍‌ ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ମିଳିଥିଲା। ସଲମାନଙ୍କୁ ହତ୍ୟା ଧମକ ମିିଳିବା ପରେ ମୁମ୍ବାଇ ପୁଲିସ୍‌ର ଏକ ଟିମ୍‌ ଯାଇ ତାଙ୍କ ଘରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲା। ସଲମାନଙ୍କୁ ଧମକ ମିଳିଥିଲା ଯେ ତାଙ୍କ ଅବସ୍ଥା ପଞ୍ଜାବୀ ରାପର୍‌ ସିଦ୍ଧୁ ମୁସେୱାଲାଙ୍କ ପରି ହେବ। କେବଳ ସଲମାନ ନୁହେଁ, ତାଙ୍କ ବାପା ସଲିମ ଖାନ୍‌ଙ୍କୁ ମଧ୍ୟ ସମାନ ଧମକ ମିଳିଥିଲା।

ସଲିମ୍ ଖାନ୍‌ ପ୍ରାତଃଭ୍ରମଣରେ ଯାଇ ଯେଉଁଠାରେ ବସନ୍ତି ସେଇଠାରୁ ଏକ ଚିଠି ପାଇଥିଲେ ସଲିମଙ୍କ ଅଙ୍ଗରକ୍ଷୀ। ଚିଠିରେ ଲେଖା ଯାଇଥିଲା, ‘ସଲିମ ଖାନ୍‌ ଓ ସଲମାନ ଖାନ୍‌, ତୁମ ଅବସ୍ଥା ବି ସିଦ୍ଧୁ ମୁସେୱାଲା ପରି ହେବ।’

ତେବେ ଏହି ଚିଠିଟି କିଏ ଲେଖିଛି ତାହା ଜଣା ପଡ଼ି ନଥିବା ବେଳେ  ଏ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରି ଦେଇଥିଲା। ଏହି ଚିଠିଟି ବାନ୍ଦ୍ରାରୁ ମିଳିଥିବାରୁ ବାନ୍ଦ୍ରା ପୁଲିସ୍‌ ଏକ ମାମଲା ରୁଜୁ କରିି ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ଆଇପିସି ଧାରା ୫୦୬ ଅଧୀନରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe