’ଯୋ ଡର୍‌ ଗୟା ଓ ବଚ୍‌ ଗୟା...’ ସଂଳାପ ସଂଶୋଧନ କରି ଇନ୍‌ଷ୍ଟାରେ ଭିଡିଓ ସେୟାର୍‌ କଲେ ସଲମାନ୍

Advertisment
’ଯୋ ଡର୍‌ ଗୟା ଓ ବଚ୍‌ ଗୟା...’ ସଂଳାପ ସଂଶୋଧନ କରି ଇନ୍‌ଷ୍ଟାରେ ଭିଡିଓ ସେୟାର୍‌ କଲେ ସଲମାନ୍

news18

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଲକ୍‌ଡାଉନ୍‌’ ଘୋଷଣା ପରେ ସାରା ଭାରତବର୍ଷ ଏବେ ଚୁପ୍‌। ଗରିବରୁ ନେଇ ଧନୀ ପର୍ଯ୍ୟନ୍ତ ସବୁ ଦେଶବାସୀ ଘରେ ବନ୍ଦ। ଦବଙ୍ଗବୟ ସଲମାନ ଖାନ ମଧ୍ୟ ଏହି ଲକ୍‌ଡାଉନ୍‌ ପାଇଁ ନିଜ ଘରକୁ ଫେରି ପାରୁନାହାନ୍ତି। ଏହି ସମୟରେ ତାଙ୍କୁ କିପରି ଲାଗୁଛି ସେ ତାଙ୍କର ଅଭିଜ୍ଞତା ନିଜ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି।

ସଲୁ ମିଆଁ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ସେୟାର କରି ନିଜର ଅନୁଭୂତି ବାଣ୍ଟିଥିବାର ଦେଖିବାକୁ ମିଳିଛି। ୨୧ ଦିନଆ ଲକ୍‌ଡାଉନ୍‌ ସମୟରେ ଗୋଟାଏ ସ୍ଥାନରେ ବନ୍ଦ ହୋଇ ରହିବାର ଅନୁଭୂତି କିପରି ତାହା ସଲୁ ମିଆଁ ନିଜ ପୁତୁରା(ସୋହଲି ଖାନଙ୍କ ପୁଅ ନିର୍ବାଣ)ଙ୍କ ସହ ସାଥି ହୋଇ ଏକ ଭିଡିଓ କରି ପ୍ରଶଂସକଙ୍କୁ ଜଣାଇଥିବାର ଦେଖିବାକୁ ମିଳିଛି।

View this post on Instagram

Be Home n Be Safe @nirvankhan15

A post shared by Salman Khan (@beingsalmankhan) on

ସଲମାନ ଓ ତାଙ୍କ ପୁତୁରା ନିର୍ବାଣ ୩ ସପ୍ତାହ ହେବ ନିଜ ଘରଠାରୁ ବାହାରେ ଅଛନ୍ତି। ଭିଡିଓରେ ସଲ୍‌ମାନ ନିର୍ବାଣଙ୍କୁ ସୋହିଲଙ୍କ ପୁଅ ବୋଲି କହି ପରିଚିତ କରାଉଥିବାର ଦେଖିବାକୁ ମିଳିଛି। ତା’ପରେ ଦୁହେଁ ନିଜ ନିଜର ବାପାଙ୍କୁ ୩ ସପ୍ତାହ ହେଲା ଦେଖିନାହାନ୍ତି ବୋଲି କହୁଥିବାର ଦେଖିବାକୁ ମିଳିଛି।

ଉଭୟ ବହୁତ ଡରି ଯାଇଛନ୍ତି ବୋଲି ସ୍ବୀକାର କରିଛନ୍ତି। ‘ଯୋ ଡର୍‌ ଗୟା ଓ ମର୍‌ ଗୟା’ ସଂଳାପ ଏଠାରେ ଲାଗିବ ନାହିଁ, ବରଂ ‘ଯୋ ଡର୍‌ ଗୟା ଓ ବଚ୍‌ ଗୟା ଔର୍‌ ବହତ ଲୋ‌ଗୋଁକୋ ବଚାଗୟା’ ବୋଲି କହୁଥିବାର ଦେଖିବାକୁ ମିଳିଛି। କରୋନାକୁ ଭୟ କରନ୍ତୁ ଓ ଘରେ ରହନ୍ତୁ ବୋଲି ସଲମାନ କହୁଥିବା ବେଳେ ନିର୍ବାଣ କହୁଛନ୍ତି ଯେତେ ଶୀଘ୍ର ଆମେ ଲକ୍‌ଡାଉନ୍‌କୁ ମାନିବା ସେତେ ଶୀଘ୍ର କରୋନା ହାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe