ସାଂପ୍ରଦାୟିକ ସଦଭାବନାର ଫଟୋ ଛାଡ଼ିଲେ ସଲମନ ଖାନ୍‌

Advertisment

ପରଦା

ପରଦା

ସାଂପ୍ରଦାୟିକ ସଦଭାବନାର ଫଟୋ ଛାଡ଼ିଲେ ସଲମନ ଖାନ୍‌

India TV

ସମଗ୍ର ଦୁନିଆରେ କରୋନା ଭୂତାଣୁ ସଂକ୍ରମଣ ପାଇଁ ଭୟର ପରିବେଶ ସୃଷ୍ଟି ହୋଇଛି। ଭାରତରେ ଏହି ମହାମାରୀର ମୁକାବିଲା ପାଇଁ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା ହୋଇଛି। ଟ୍ରେନ୍‌, ମେଟ୍ରୋ, ବସ ସହ ସମସ୍ତ ଧାର୍ମିକ ସ୍ଥଳ ବି ବନ୍ଦ ରହିଛି। ମନ୍ଦିର, ଗୁରୁଦ୍ବାର, ମସଜିଦକୁ ଯିବାକୁ ବି ବାରଣ କରାଯାଇଛି। ତେବେ ଏହାକୁ ନେଇ ଅନେକ ସ୍ଥାନରେ ବିରୋଧାଭାସ ମଧ୍ୟ ଦେଖିବାକୁ ମିଳିଛି। ଏହି ଅବସରରେ ସଲମନ ଖାନ୍‌ ଏକ ଫଟୋ ସେୟାର କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିଜ ଟ୍ବିଟରରେ ଛାଡ଼ିଥିବା ଦୁଇ ଫଟୋରେ ଜଣେ ବ୍ୟକ୍ତି ନିଜ ବାଲକୋନିରେ ହାତ ଯୋଡ଼ି ବସିଥିବା ବେଳେ ଆଉ ଜଣେ ନମାଜ ପାଠ କରୁଛନ୍ତି। କରୋନାରୁ ମୁକୁଳିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଭଗବାନଙ୍କ ଶରଣ ନେଇଥିବା କଥାକୁ ହିଁ ସେ ଲୋକଙ୍କ ସାମ୍ନାକୁ ଆଣିଛନ୍ତି। ସଙ୍କଟ ସମୟରେ ସାଂପ୍ରଦାୟିକ ସଦଭାବନାର ଏହି ଚିତ୍ରଟି ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

ସମାଧିସ୍ଥଳ ଫଟୋ ସେୟାର କଲେ ସଲମନ
ଅଭିନେତା ସଲମନ ଖାନ୍‌ ନିଜର ପ୍ରଶଂସକମାନଙ୍କୁ ଘରେ ରହିବା ପାଇଁ ବିଭିନ୍ନ ଭିଡିଓ ସେୟାର କରୁଛନ୍ତି। ଲକ୍‌ଡାଉନ ପରେ ସେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହୋଇଛନ୍ତି। ତ‌େବେ ନିକଟରେ ସେ ଏକ ବନ୍ଦ ଥିବା ସମାଧିସ୍ଥଳ ଓ ଶୂନଶାନ ସହରର ଫଟୋ ଛାଡ଼ିଥିଲେ। ସେଥିରେ ସେ ଦର୍ଶାଇଥିଲେ ଯେ ‌ଲୋକେ ନିୟମ ମାନୁଥିବାରୁ ସମାଧିସ୍ଥଳ ମଧ୍ୟ ଆବଶ୍ୟକ ପଡ଼ିନାହିଁ। ଏଣେ ସହର ବି ଶୂନଶାନ ପଡ଼ିଛି। ତେଣୁ ଲୋକେ ଲକ୍‌ଡାଉନ ତଥା ଘରେ ସୁରକ୍ଷିତ ରହିବାର ଗଭୀରତାକୁ ହୃଦୟଙ୍ଗମ କରିଥିବାରୁ ସେ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ଏପରି ମନୋଭାବକୁ ବହୁ ପ୍ରଶଂସକ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe