ସଲ୍‌ମାନ ଭୟଭୀତ ହେବା ଉଚିତ ବୋଲି ‘ସୁଟର୍‌’କୁ କହିଥିଲେ ଲରେନ୍ସଙ୍କ ଭାଇ ଅନ୍‌ମୋଲ୍‌

Advertisment
ସଲ୍‌ମାନ ଭୟଭୀତ ହେବା ଉଚିତ ବୋଲି ‘ସୁଟର୍‌’କୁ କହିଥିଲେ ଲରେନ୍ସଙ୍କ ଭାଇ ଅନ୍‌ମୋଲ୍‌

ମୁମ୍ବାଇ: ଏପ୍ରିଲ ୧୪ ତାରିଖରେ ଅଭିନେତା ସଲମାନ୍‌ ଖାନ୍‌ଙ୍କ ମୁମ୍ବାଇ ଘରେ ଏକାଧିକ ଗୁଳି ଚଳାଇଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନଇଙ୍କ ଭାଇ ଭାଇ ଅନମୋଲ୍‌ ଗୁଳି ଚଳାଇଥିବା ସୁଟର୍‌ଙ୍କୁ କହିକି ପଠାଇଥିଲେ କି ସଲ୍‌ମାନ ଭୟଭୀତ ହେବା ଦରକାର।

ଏକ ସ୍ବତନ୍ତ୍ର କୋର୍ଟରେ ଦାଖଲ ହୋଇଥିବା ୧,୭୩୫ ପୃଷ୍ଠାର ଚାର୍ଜସିଟରେ କ୍ରାଇମ ବ୍ରାଞ୍ଚ ଗୁଳିଚାଳନା ପୂର୍ବରୁ ସୁଟର ଏବଂ ଅନମୋଲଙ୍କ ମଧ୍ୟରେ କଥାବାର୍ତ୍ତାର ଅଡିଓ କ୍ଲିପ ବିଷୟରେ ଉଲ୍ଲେଖ କରିଛି। ତେବେ ନିଜକୁ ନିର୍ଭୀକ ବୋଲି ଦେଖାଇବା ପାଇଁ ହେଲ୍‌ମେଟ୍‌ ନପିନ୍ଧିବା ସହ ସିଗାରେଟ୍‌ ଟାଣିବା ପାଇଁ ଅନମୋଲ୍‌ ତାଙ୍କୁ କହୁଥିବାର ସୂଚନା ରହିିଛି।

ଚାର୍ଜସିଟରେ ସଲମାନ ଖାନଙ୍କ ବିବୃତି ମଧ୍ୟ ଉଲ୍ଲେଖ କରାଯାଇଛି। ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କ ପରିବାର ଅନମୋଲଙ୍କ ଦ୍ୱାରା ଆକ୍ରମଣ ହେବାର ବିପଦ ରହିଛି। ସିଗନାଲ ଆପ୍ ଉପରେ ସେମାନଙ୍କ ବାର୍ତ୍ତାଳାପରେ ଅନମୋଲ ଅଭିନେତାଙ୍କ ଘରକୁ ଟାର୍ଗେଟ କରି ଏକାଧିକ ଗୁଳି ଚଳାଇବାକୁ ସୁଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଚାର୍ଜସିଟରେ କୁହାଯାଇଛି।

ପୁଲିସ ଏହା ମଧ୍ୟ କହିଛି ଯେ ବର୍ତ୍ତମାନ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ସହ କଥା ହୋଇଛନ୍ତି। ଚାର୍ଜସିଟରେ ଉଲ୍ଲେଖ କରଯାଇଛି କି ଅନମୋଲ ସୁଟରମାନଙ୍କୁ କହିଛନ୍ତି ଯେ ଯଦି ସେମାନେ ସଫଳ ହୁଅନ୍ତି ତେବେ ସେମାନେ “ଇତିହାସ ସୃଷ୍ଟି କରିବେ” ଏବଂ ସେମାନଙ୍କର ନାମ ଗଣମାଧ୍ୟମରେ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe