ମୁମ୍ବାଇ: ପ୍ରତିବର୍ଷ ବଲିଉଡର ଦବଙ୍ଗ ଷ୍ଟାର୍ ସଲମାନ ଖାନ ଇଦ୍ କିମ୍ବା ଦିୱାଲୀ ଅବସରରେ ତାଙ୍କର ଗୋଟିଏ ଚଳଚ୍ଚିତ୍ର ନିଶ୍ଚିତ ଭାବେ ମୁକ୍ତିଲାଭ କରୁଛନ୍ତି । କିନ୍ତୁ ଚଳିତ ବର୍ଷ ସଲମାନ ଖାନ କୌଣସି ଫିଲ୍ମରେ ମୁଖ୍ୟ ଅଭିନେତା ଭାବରେ ନଜର ଆସିନାହାଁନ୍ତି । କିନ୍ତୁ ଦୀର୍ଘସମୟ ଅପେକ୍ଷା ପରେ ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'ସିକନ୍ଦର'ର ଟିଜର୍ ଶେଷରେ ୨୮ ଡିସେମ୍ବରରେ ମୁକ୍ତିଲାଭ କରିଛି । ମାର୍ଚ୍ଚ ୨୦୨୫ ଇଦ୍ ଅବସରରେ ବଲିଉଡର ଭାଇଜାନ ବକ୍ସ ଅଫିସରେ କମାଲ କରିବାକୁ ଆସୁଛନ୍ତି । 

Advertisment

ଅଧିକପଢ଼ନ୍ତୁ:୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ: ପୃଥ୍ବୀରାଜ ହରିଚନ୍ଦନ

'ସିକନ୍ଦର'ର ଟିଜର୍ ଆସିବା ପରେ ୨୪ ଘଣ୍ଟାରେ ଯେଉଁ ରେକର୍ଡ ସୃଷ୍ଟି କରିଛି ସେଥିରୁ ଦର୍ଶକମାନେ କେତେ ଉତ୍ସାହିତ  ଥିଲେ ତାହା  ସ୍ପଷ୍ଟ ଜଣାପଡ଼ୁଛି । 'ସିକନ୍ଦର'ର ଏହି ଏକ ମିନିଟର ଟିଜରରେ ସଲ୍ଲୁ ଭାଇଙ୍କ ଫୁଲ୍ ଆକ୍ସନ୍ ଥ୍ରୀଲର ଦେଖିବାକୁ ମିଳିଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହି ଟିଜର୍ ୪୮ ମିଲିୟନ ଭ୍ୟୁଜ ପାଇଛି ଏବଂ ନମ୍ବର ୧ରେ ଏବେ ଟ୍ରେଣ୍ଡ କରୁଛି ।

ଅଧିକପଢ଼ନ୍ତୁ:ଏବେ ଭାରତୀୟ କ୍ରିକେଟର ନୂଆ କିଙ୍ଗ ହେଉଛନ୍ତି ଏହି କ୍ରିକେଟର

ଉଲ୍ଲେଖ ଯୋଗ୍ୟ, ସାଉଥ୍ ନିର୍ଦ୍ଦେଶକ ଏଆର୍ ମୁରୁଗଦାସଙ୍କ ଦ୍ୱାରା ନିର୍ମିତ 'ସିକନ୍ଦର' ଭରପୁର୍ ଆକ୍ସନ୍ ଥ୍ରୀଲରରେ ପ୍ରସ୍ତୁତ କରାଯାଇଛି । ସଲମାନ ଖାନଙ୍କ ସହ ପ୍ରଥମ ଥର ପାଇଁ ଏକ ମେଗା ମାସ ଆକ୍ସନ୍ ଫିଲ୍ମରେ ରଶ୍ମିକା ମନ୍ଦାନା ନଜର ଆସିବେ । ଏହି ଚଳଚ୍ଚିତ୍ରରେ କାଜଲ ଅଗ୍ରୱାଲଙ୍କ ଭଳି ସାଉଥ୍ ସିନେ ଜଗତର ଅଭିନେତ୍ରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ । ପ୍ରଶଂସକମାନେ ତାଙ୍କ ଚଳଚ୍ଚିତ୍ର ସିକନ୍ଦର ରିଲିଜକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।