Hindustantimes
ମୁମ୍ବାଇ: କରୋନା ପାଇଁ ସାରା ବିଶ୍ବ ଚିନ୍ତିିତ ଥିବା ବେଳେ ସୋସିଆଲ୍ ମିଡିଆରେ ଏକ ସଚେତନତାମୂଳକ ଭିଡିଓ ସେୟାର୍ କରିଛନ୍ତି ଦବଙ୍ଗ ବୟ ସଲମାନ୍ ଖାନ୍। ଭିଡିଓରେ ସଲମାନ ଗୀତ ଗାଉଥିବାର ଦେଖିବାକୁ ମିଳିଛନ୍ତି। ସଲ୍ମାନ ‘ପ୍ୟାର୍ କରୋନା...’ ଶୀର୍ଷକରେ ଗୀତଟି ଗାଇ ଭିଡିଓକୁ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି। ସୋମବାର ପୂରା ଗୀତଟିକୁ ସଲମାନ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସେୟାର୍ କରିବେ।
ସଲ୍ମାନ ଗୀତରୁ ପଦେ ଟ୍ବିଟର୍ରେ ଦେଇ ଜଣାଇଛନ୍ତି କି ଏଇ ଗୀତଟିକୁ ଆସନ୍ତାକାଲି ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ରେ ପୋଷ୍ଟ୍ କରିବେ ବୋଲି। ସେ ଲେଖିଛନ୍ତି କି ଆଶା କରୁଛି ଆପଣମାନେ ଏହାକୁ ଦେଖିବେ। ପୂରା ଗୀତଟି ସୋମବାର ଚ୍ୟାନେଲ୍ରେ ଦେଖିପାରିବେ ବୋଲି ସେ ଲେଖିଛନ୍ତି।
ଭିଡିଓଟିରେ ସଲ୍ମାନ ଏକ କଳା ଟି-ସାର୍ଟ ପିନ୍ଧି ଅନ୍ଧାରରେ ଥିବାର ଦେଖିବାକୁ ମିଳିଛନ୍ତି। ସେ ପ୍ରଥମେ ନମସ୍ତେ କରି ପରେ ସଲାମ୍ କରିଛନ୍ତି। ସଲ୍ମାନଙ୍କ ଏହି ଟିଜ୍ର ଭିଡିଓ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଥିବାର ଦେଖିବାକୁ ମିଳିଛି। ସେମାନେ ସଲ୍ମାନଙ୍କ ପୂରା ଗୀତଟିକୁ ଦେଖିବାକୁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି।
Follow Us