ଦୀର୍ଘ ଦିନର ନୀରବତା ପରେ କୃଷକ ଆନ୍ଦୋଳନ ଉପରେ ନିଜର ମତ ରଖିଲେ ଦବଙ୍ଗବୟ ସଲମାନ

Advertisment
ଦୀର୍ଘ ଦିନର ନୀରବତା ପରେ କୃଷକ ଆନ୍ଦୋଳନ ଉପରେ ନିଜର ମତ ରଖିଲେ ଦବଙ୍ଗବୟ ସଲମାନ

image source-pti

ମୁମ୍ବାଇ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍‌କୁ ନେଇ ଚାଲିଥିବା ଆନ୍ଦୋଳନ ଉପରେ ଗୁରୁବାର ନିଜର ମତ ରଖିଛନ୍ତି ଦବଙ୍ଗ ବୟ ସଲମାନ ଖାନ୍‌। କୃଷି ଆଇନ୍‌କୁ ବିରୋଧ କରି କୃଷକମାନେ କରୁଥିବା ଆନ୍ଦୋଳନକୁ ନେଇ ସଲମାନ କହିଛନ୍ତି କି ‘ଯାହା ଠିକ୍‌ ତାହା ଘଟିବା ଉଚିତ।‘ ଏକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସଲ୍‌ମାନ ଏପରି କହିଛନ୍ତି।

ଅନ୍ୟ ଅଭିନେତା ଅଭିନେତ୍ରୀମାନଙ୍କ ପରି ସଲମାନ ଏଯାଏ କୃଷି ଆଇନ୍‌କୁ ନେଇ ଟ୍ବିଟରରେ କିଛି ପୋଷ୍ଟ୍‌ କିମ୍ବା କମେଣ୍ଟ୍‌ କରିନାହାନ୍ତି। ପୂର୍ବରୁ କୃଷି ଆଇନ୍‌ ସଂପର୍କରେ ସୁପରଷ୍ଟାର ଶାହାରୁଖ୍‌ ଖାନ୍‌, ଆମୀର ଖାନ୍‌ ଓ ସୈଫ୍‌ ଅଲ୍ଲି ଖାନ୍‌ ଆଦି ମତ ରଖି ସାରିଛନ୍ତି। ସେହିପରି ଖିଲାଡ଼ି ବୟ ଅକ୍ଷୟ କୁମାର, ଅଜୟ ଦେବଗନ୍‌ ଓ ତାପସୀ ପାନ୍ନୁ ଆଦି ଟ୍ବିଟ୍‌ କରି କୃଷକ ଆନ୍ଦୋଳନ ଓ କୃଷି ଆଇନ୍‌ ଉପରେ ନିଜ ନିଜର ମତ ରଖି ସାରିଛନ୍ତି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କର ୩ଟି ନୂତନ କୃଷି ଆଇନ୍‌କୁ ବିରୋଧ କରି ଗତ ନଭେମ୍ବର ମାସରୁ ଦେଶର ବିଭିନ୍ନ କୃଷକ ସଂଗଠନ ଆନ୍ଦୋଳନ ଚଳାଇ ଆସିଛନ୍ତି। ପଞ୍ଜାବ, ହରିଆଣା ଓ ପଶ୍ଚିମ ଉତ୍ତରପ୍ରଦେଶର କୃଷକମାନେ ଦିଲ୍ଳୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। କୃଷକମାନେ ଆନ୍ଦୋଳନ କରି ନୂତନ କୃଷି ଆଇନ୍‌କୁ ପ୍ରତ୍ୟାହାର ଦାବି କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe