ଯୋଦ୍ଧପୁର କୋର୍ଟରେ ସଲମାନଙ୍କୁ ଗ୍ୟାଙ୍ଗ୍‌ଷ୍ଟାର୍‌ଙ୍କ ଧମକ, କାରଣ ଅସ୍ପଷ୍ଟ

Advertisment
ଯୋଦ୍ଧପୁର କୋର୍ଟରେ ସଲମାନଙ୍କୁ ଗ୍ୟାଙ୍ଗ୍‌ଷ୍ଟାର୍‌ଙ୍କ ଧମକ, କାରଣ ଅସ୍ପଷ୍ଟ

ନୂଆଦିଲ୍ଳୀ: ଦବଙ୍ଗ ବୟ ସଲମାନ୍‌ ଖାନ୍‌ଙ୍କୁ ଶୁକ୍ରବାର ଯୋଦ୍ଧପୁର କୋର୍ଟରେ ଗ୍ୟାଙ୍ଗ୍‌ଷ୍ଟାର୍‌ ଲରେନ୍ସ ବିଷ୍ଣୋଇ ଧମକ ଦେଇଥିବା ଜାଣିବାକୁ ମିଳିଛି। ସଲମାନଙ୍କ ନାମରେ ୧୯୯୮ ମସିହାରୁ ରହିଥିବା କୃଷ୍ଣସାର ମୃଗ ହତ୍ୟା ମାମଲାର ଶୁଣାଣି ପାଇଁ ସେ ସେଠାରେ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବିଷ୍ଣୋଇ ବଳପୂର୍ବକ ଟଙ୍କା ଆଦାୟ କରିବା ମାମଲାରେ କୋର୍ଟରେ ପହଞ୍ଚିଥିଲେ।  ସେଠାରେ ସେ ସଲମାନଙ୍କୁ ଭେଟିବା ପରେ ହଠାତ୍‌ ଧମକ ଦେଇଛନ୍ତି। ତେବେ, ସେ ଏପରି ଧମକ କାହିଁକି ଦେଇଛନ୍ତି ଏ ବାବଦରେ ଜଣାପଡ଼ିନାହିଁ। ଏଠାରେ ଜାଣିରଖନ୍ତୁ ଯେ, କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନଙ୍କ ଶୁଣାଣି ଡିସେମ୍ବର ୧୩ ତାରିଖରୁ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe