‌ତେଲୁଗୁ ଫିଲ୍ମରେ ସଲମାନଙ୍କ ଏଣ୍ଟ୍ରି, ସୁପରଷ୍ଟାର ଚିରଞ୍ଜିବୀଙ୍କ ସହ ଏହି ଫିଲ୍ମରେ ଆସିବେ ନଜର

‌ତେଲୁଗୁ ଫିଲ୍ମରେ ସଲମାନଙ୍କ ଏଣ୍ଟ୍ରି, ସୁପରଷ୍ଟାର ଚିରଞ୍ଜିବୀଙ୍କ ସହ ଏହି ଫିଲ୍ମରେ ଆସିବେ ନଜର

zeenews

ମୁମ୍ବାଇ: ‌ତେଲୁଗୁ ଫିଲ୍ମରେ ଏଣ୍ଟ୍ରି ମାରିଲେ ବଲିଉଡର ଦବଙ୍ଗ ଖାନ ସଲମାନ। ସୁପରଷ୍ଟାର ଚିରଞ୍ଜିବୀଙ୍କ ସହ ଫିଲ୍ମ 'ଗଡଫାଦର'ରେ ଆସିବେ ନଜର। ଏନେଇ ସାଉଥ୍ ସୁପରଷ୍ଟାର ଚିରଞ୍ଜିବି ଟ୍ବିଟ କରି ସୂଚନା ଦେଇଛନ୍ତି। ଫିଲ୍ମରେ ମୁଖ୍ୟ ଭୂମିକାରେ ଚିରଞ୍ଜିବୀ, ରାମଚରଣ ଓ ନୟନତାରା ନଜର ଆସିବାକୁ ଥିବା ବେଳେ ସ୍ବତନ୍ତ୍ର ଭୂମିକାରେ ନଜର ଆସିବେ ସଲମାନ।

ଏନେଇ ସୂଚନା ଦେବାକୁ ଯାଇ ଚିରଞ୍ଜିବୀ ଟ୍ବିଟ କରିଛନ୍ତି ଯେ, ଆପଣଙ୍କ ଏଣ୍ଟ୍ରି ସମସ୍ତଙ୍କୁ ଶକ୍ତି ପ୍ରଦାନ କରିଛି ଏବଂ ସମସ୍ତଙ୍କ ଉତ୍ସାହକୁ ପରବର୍ତ୍ତୀ ସ୍ତରକୁ ନେଇଯାଇଛି। ଆପଣଙ୍କ ସହିତ ସ୍କ୍ରିନ୍ ସେୟାର କରିବା ସୌଭାଗ୍ୟର କଥା। ଆପଣଙ୍କ ଉପସ୍ଥିତି ନିଶ୍ଚିତ ଭାବରେ ଦର୍ଶକଙ୍କୁ ଅନନ୍ଦିତ କରିବ। ଟ୍ବିଟ ସହ ଚିରଞ୍ଜିବୀ ଏକ ଫଟୋ ଟ୍ବିଟ କରିଛନ୍ତି, ଯେଉଁଥିରେ ସେ ସଲମାନଙ୍କୁ ଫୁଲ ତୋଡ଼ା ଦେଉଥିବା ଦେଖାଯାଉଛି। ତେବେ ଫିଲ୍ମରେ ସଲମାନଙ୍କ ଚରିତ୍ର କ’ଣ ରହିବ, ସେ ବିଷୟରେ ସବିଷେଶ ତଥ୍ୟ ଦିଆଯାଇନାହିଁ।

ମୋହନ ରାଜାଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଗଡଫାଦର’ ହେଉଛି ୨୦୧୯ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଲୁସିଫର୍’ର ତେଲୁଗୁ ରିମେକ୍। ‘ଲୁସିଫର୍’ରେ ଟୋଭିନୋ ଥୋମାସ୍, ମଞ୍ଜୁ ୱାରିଅର୍, ଇନ୍ଦ୍ରଜିତ୍ ସୁକୁମାରନ୍, ବିବେକ ଓବରଏ ଏବଂ ମୋହନଲାଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe