ବିବାହ କାର୍ଡ ଛପା ସରିଥିଲେ ବି ସଙ୍ଗୀତାଙ୍କୁ ମୋ ପାଇଁ ଛାଡ଼ିଥିଲେ ସଲମାନ: ସୋମି

Advertisment

ସଲମାନ ଖାନ୍-ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସମ୍ପର୍କ ପରେ ଏବେ ସଙ୍ଗୀତାଙ୍କୁ ସଲମାନ କିଭଳି ଧୋକା ଦେଇଥିଲେ ତାହା ଜଣାଇଛନ୍ତି ସୋମୀ ଅଲୀ। ବିବାହ କାର୍ଡ ଛପା ସରିଥିଲେ ବି ସଙ୍ଗୀତାଙ୍କୁ ମୋ ପାଇଁ ସଲମାନ ଛାଡ଼ିଥିଲେ ବୋଲି ସେ କହିଛନ୍ତି।

ସଲମାନ ଖାନ୍-ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସମ୍ପର୍କ ପରେ ଏବେ ସଙ୍ଗୀତାଙ୍କୁ ସଲମାନ କିଭଳି ଧୋକା ଦେଇଥିଲେ ତାହା ଜଣାଇଛନ୍ତି ସୋମୀ ଅଲୀ। ବିବାହ କାର୍ଡ ଛପା ସରିଥିଲେ ବି ସଙ୍ଗୀତାଙ୍କୁ ମୋ ପାଇଁ ସଲମାନ ଛାଡ଼ିଥିଲେ ବୋଲି ସେ କହିଛନ୍ତି।

uiopew

ମୁମ୍ବାଇ: ବଲିଉଉ କଳାକାର ସଲମାନ ଖାନ୍ ଓ ସଙ୍ଗୀତା ବିଜଲାନୀ ପରସ୍ପରକୁ ଦୀର୍ଘ ବର୍ଷ ଧରି ଡେଟ୍ କରିବା ସହ ବିବାହ କରିବାକୁ ଯୋଜନା କରିଥିଲେ। ବିବାହ ପାଇଁ କାର୍ଡ ମଧ୍ୟ ଛପା ସରିଥିଲା। ହେଲେ ଶେଷରେ ସଲମାନ ନିଜ ମନ ବଦଳାଇ ଅଭିନେତ୍ରୀ ସୋମି ଅଲୀଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ। ବିବାହ ଭାଙ୍ଗି ସେ ସୋମିଙ୍କ ସହ ରହିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି ସୋମି।

ଏହି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ଦେଇ ସୋମି କହିଛନ୍ତି, "ଯେଉଁ ଚର୍ଚ୍ଚା ହେଉଛି ତାହା ସତ । ମୁଁ ସେତେବେଳେ ବିନ୍ଦ୍ୟାଞ୍ଚଲ (ଉତ୍ତରପ୍ରଦେଶ) ରେ ରହୁଥିଲି। ସଲମାନ ପାଇପରେ ଚଢ଼ି ମୋ ଝରକା ଦେଇ ରୁମକୁ ଆସୁଥିଲେ | ମୁଁ ସଲମାନଙ୍କ ଏହି କାମ ଦେଖି ବହୁତ ଖୁସି ହୋଇଯାଉଥିଲି ଓ ସେ ବହୁତ ରୋମାଣ୍ଟିକ ବୋଲି ଭାବୁଥିଲି। ସେତେବେଳେ ମୁଁ ଏକ ଦୁଇ ବଖରା ବିଶିଷ୍ଟ ଆପାର୍ଟମେଣ୍ଟରେ ରହୁଥିଲି।"

ସେ ଆହୁରି କହିଛନ୍ତି, "ମୋର ମନେ ଅଛି ଦିନେ ସେ ସକାଳ ପ୍ରାୟ ୧୦.୩୦ ସମୟରେ ମୋ ପାଖକୁ ଆସିଥିଲେ | ସେ ସମୟରେ ସଙ୍ଗୀତାଙ୍କ ସହ ତାଙ୍କ ବିବାହ ହେବାର ଥିଲା ଓ କାର୍ଡ ଛପା ସରିଥିଲା। ଏସବୁ ପରେ ବି ସେ ମୋ ପାଖକୁ ଆସି ମୋ ସହ ସମୟ କଟାଉଥିଲେ। ସେଦିନ ସଙ୍ଗୀତା କେଜାଣି କେମିତି ଖବର ପାଇ ମୋ ଆପାର୍ଟମେଣ୍ଟକୁ ଆସିଥିଲେ ଏବଂ ଆମ ଦୁହିଁଙ୍କୁ ରୁମରେ ଦେଖିଥିଲେ। 'ମୁଁ ବିବାହ ଭାଙ୍ଗୁଛି। ଆଉ ହେବ ନାହିଁ' ବୋଲି କହି ସଙ୍ଗୀତା ସେଠାରୁ ଚାଲିଯିବା ପରେ ସଲମାନ ତାଙ୍କ ପଛେ ପଛେ ଯାଇଥିଲେ। ମୁଁ ଭାବିଲି‌ ସେ ସଙ୍ଗୀତାଙ୍କ ସହ ସମାଧାନ କରି ତାଙ୍କୁ ବିବାହ କରିବେ। ହେଲେ ସେ ୧୦ମିନିଟ ପରେ ଆସି ମୋତେ କହିଥିଲେ ମୁଁ ସଙ୍ଗୀତାଙ୍କ ସହ ବ୍ରେକଅପ କରିଦେଲି। ଏ‌ବେ ତୁମ ସହ ରହିବି। ତାଙ୍କର ଏହି କଥା ଶୁଣି ମୁଁ ଖୁସି ହୋଇଯାଇଥିଲି।  ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe