ହତ୍ୟା ଧମକ ମିଳୁଥିବା ସତ୍ତ୍ବେକଡ଼ାସୁରକ୍ଷା ମଧ୍ୟରେ ସୁଟିଂ ସେଟରେ ପହଞ୍ଚିଲେ ସଲମାନ

Advertisment

ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ କ୍ରମାଗତ ଭାବେ ହତ୍ୟା ଧମକ ଦେଉଥିବା ବେଳେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିଗବସ-୧୮ର ସୁଟିଂ ସେଟରେ ପହଞ୍ଚିଛନ୍ତି ସଲମାନ। ରାତି ଯାଏଁ କରିବେ ସୁଟିଂ।

ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ କ୍ରମାଗତ ଭାବେ ହତ୍ୟା ଧମକ ଦେଉଥିବା ବେଳେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିଗବସ-୧୮ର ସୁଟିଂ ସେଟରେ ପହଞ୍ଚିଛନ୍ତି ସଲମାନ। ରାତି ଯାଏଁ କରିବେ ସୁଟିଂ।

ù\

 
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ କ୍ରମାଗତ ଭାବେ ଧମକ ଦେବାରେ ଲାଗିଛି। ଏଭଳି ସମୟରେ ସଲମାନ ତାଙ୍କର ସମସ୍ତ ସୁଟିଂ ଓ କାମକୁ ବାତିଲ କରିଥିବାର ଖବର ଆସିଥିଲା।  କିନ୍ତୁ ସଲମାନ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ଯାହାଯାହା ଚୁକ୍ତି କରିଥିଲେ ସବୁକୁ ପୁରୁଣ କରିବା ପାଇଁ ଚେଷ୍ଟା କରୁଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ,ସଲମାନ ଖାନ ବିଗବସର ଅପକମିଂ ଉକେଣ୍ଡର ବାର ସୁଟ କରିବେ। ଏସବୁ ନିଶ୍ଚିତ ହୋଇଥିବା ସମୟ ଅନୁସାରେ ପୁରା ହେବ।

ସଲମାନ ଖାନ ଗତ ରାତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଗବସ ୧୮ର ସେଟରେ ପହଞ୍ଚିଥିଲେ। ସେଠାରେ ତାଙ୍କ ପାଇଁ ତିଆରି ହୋଇଥିବା କମ୍ପାଉଣ୍ଡରେ ରହିଥିଲେ। 
ଉଇକେଣ୍ଡ କା ବାରର ସୁଟିଂ ଶୁକ୍ରବାର ଦ୍ବିପହର ସମୟରୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ସଲମାନଙ୍କ ସହିତ ତାଙ୍କ ସିକ୍ୟୁରିଟି ଟିମର ୬୦ରୁ ଅଧିକ ସଦସ୍ୟ ଉପସ୍ଥିତ ଅଛନ୍ତି। ସୁଟିଂ ସେଟରେ ସଲମାନଙ୍କ କମ୍ପାଉଣ୍ଡରେ ବାମହାର ଲୋକଙ୍କ ପ୍ରବେଶକୁ ନିଷିଦ୍ଧ କରାଯାଇଛି।  
ଯଦି ବି କେହି ପ୍ରବେଶ କରିବାକୁ ଚାହିଁବେ ତେବେ ତାଙ୍କର ଆଧାରକାର୍ଡର ଭେରିଫିକେସନ ପରେ ବି ଭିତରକୁ ପ୍ରବେଶ ମିଳିବ। ଯେପର୍ଯ୍ୟନ୍ତ ସୁଟିଂ ଶେଷ ହୋଇନାହିଁ ସେ ପର୍ଯ୍ୟନ୍ତ ବିଗବସ ୧୮ର ଟିମକୁ ସେଟ ଛାଡ଼ିବାକୁ ବାରଣ କରାଯାଇଛି।
ଗତ ଉଇକେଣ୍ଡ କା ବାର ସୁଟିଂ ସମୟରେ ବାବା ସିଦ୍ଦିକିଙ୍କ ମୃତ୍ୟୁ ଖବର ପାଇବା ପରେ ସଲମାନଙ୍କ ସୁଟିଂ ଛାଡ଼ି ହସ୍ପିଟାଲ ଦୌଡ଼ି ଯାଇଥିଲେ। କାରଣ ବାପା ସିଦ୍ଦିକି ଓ ସଲମାନ ଦୁହେଁ ଘନିଷ୍ଠ ବନ୍ଧୁ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe