ସଲମାନ ଖାନ୍‌ଙ୍କ କୋ-ଷ୍ଟାର୍‌ ରିମି ସେନ୍‌ଙ୍କୁ ୪ କୋଟି ଠକିଥିବା ବ୍ୟବସାୟୀ ଗିରଫ

Advertisment
ସଲମାନ ଖାନ୍‌ଙ୍କ କୋ-ଷ୍ଟାର୍‌ ରିମି ସେନ୍‌ଙ୍କୁ ୪ କୋଟି ଠକିଥିବା ବ୍ୟବସାୟୀ ଗିରଫ

Prag News

ମୁମ୍ବାଇ: ଅଭିନେତା ସଲ୍‌ମାନ ଖାନ୍‌ଙ୍କ କୋ-ଷ୍ଟାର୍‌ ରିମି ସେନ୍‌ଙ୍କୁ ୪.୧୪ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଗୋରେଗାଓଁର ଜଣେ ବ୍ୟବସାୟୀଙ୍କୁ ଆଜି ମୁମ୍ବାଇ ପୁଲିସ ଗିରଫ କରିଛି। ମୁମ୍ବାଇର ଖାର ଥାନାରେ ଏହି ମାମଲା ଦାୟର କରାଯାଇଛି। ଗୋରେଗାଓଁର ବ୍ୟବସାୟୀ ରୌନକ ଜତିନ ବ୍ୟାସ ତିନି ବର୍ଷ ପୂର୍ବେ ଅନ୍ଧେରୀର ଏକ ଜିମରେ ରିମିଙ୍କୁ ଭେଟିଥିଲେ। ବନ୍ଧୁତା ବଢ଼ିବା ପରେ ଅଧିକ ଲାଭର ପ୍ରତିଶ୍ରୁତି ଦେଇ ସେନ୍‌ଙ୍କୁ ତାଙ୍କ ନୂତନ ଉଦ୍ୟୋଗରେ ବିନିଯୋଗ କରିବାକୁ ଆମନ୍ତ୍ରଣ କରିଥିଲେ। ବ୍ୟାସଙ୍କ କଥାରେ ରିମି ପୁଞ୍ଜି ବିନିଯୋଗ କରିଥିଲେ। ହେଲେ ପରେ ସେ ଠକି ଯାଇଥିବା ଜାଣି ବ୍ୟାସଙ୍କ ବିରୋଧରେ ଖାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ବ୍ୟାସଙ୍କୁ ଗିରଫ କରିଛି। ଅଭିନେତ୍ରୀ ରିମି ହିନ୍ଦୀ, ବଙ୍ଗାଳୀ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ପ୍ରମୁଖ ଚଳଚ୍ଚିତ୍ର ମଧ୍ୟରେ ଧୁମ୍, ଗରମ ମସାଲା, ଫିର ହେରା ଫେରି, କ୍ୟୁଁ କି, ଗୋଲମାଲ୍, ବାଗବାନ୍ ଏବଂ ହଙ୍ଗାମା ଅନ୍ୟତମ। ୨୦୧୫ରେ ସେ ରିଅଲିଟି ଟେଲିଭିଜନ ସୋ 'ବିଗ୍ ବସ୍'ରେ ମଧ୍ୟ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe