ମୁଁ କୃଷ୍ଣସାର ମୃଗର ଶିକାର କରିନଥିଲି: ସଲମାନ ଖାନ୍

ସଲମାନଙ୍କୁ ଅନେକ ଥର ହତ୍ୟା ଧମକ ମିଳିଛି। କେବଳ ଏତିକି ନୁହେଁ ତାଙ୍କ ଘର ଉପରକୁ ମଧ୍ୟ ଗୁଳି ଚାଳନା କରାଯାଇଛି। ସେବେଠାରୁ ତାଙ୍କ ସୁରକ୍ଷା ବଢ଼ାଇ‌ଦିଆଯାଇଛି। ଏମଧ୍ୟରେ ସଲମାନଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମୁଁ କୃଷ୍ଣସାର ମୃଗର ଶିକାର କରିନଥିଲି ବୋଲି କହୁଛନ୍ତି ସଲମାନ।

blackbuck

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ପୁଣି ଥରେ କୃଷ୍ଣସାର ମୃଗ ଶିକାରକୁ ନେଇ ଫସିବାରେ ଲାଗିଛନ୍ତି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ତାଙ୍କୁ ହତ୍ୟା କରିବାକୁ ବିଭିନ୍ନ ପ୍ରକାରର ଯୋଜନା କରିବାରେ ଲାଗିଛି। ଏମଧ୍ୟରେ ସଲମାନଙ୍କ ଏକ ପୁରୁଣା ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କୃଷ୍ଣସାର ମୃଗର ଶିକାର କରିନଥିବା କହୁଛନ୍ତି। ଏବେ ଏହି ବିବାଦ ପୁଣି ଥରେ ମୁଣ୍ଡ ଟେକିବାରୁ ତାଙ୍କର ପୁରୁଣା ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି।

୨୦୦୮ରେ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ ସଲମାନ। ସାକ୍ଷାତକାର ନେଉଥିବା ମହିଳା ତାଙ୍କୁ କହିଥିଲେ, ମୋତେ ଲାଗୁଛି କୃଷ୍ଣସାର ମୃଗ ବିଲୁପ୍ତ ହୋଇଯିବ ଜାଣିଥିଲେ ବୋଧେହୁଏ ଆପଣ ଶିକାର କରିନଥାନ୍ତେ। ଏହା ଶୁଣି ସଲମାନ କିଛି ସମୟ ଚୁପ୍ ରହିବା ପରେ କହିଥିଲେ, ଏହି ଘଟଣା ପଛରେ ବହୁତ ବଡ଼ କାହାଣୀ ଅଛି। ସତ କହିବାକୁ ଗଲେ ସେଦିନ ମୁଁ କୃଷ୍ଣସାର ମୃଗର ଶିକାର କରିନଥିଲି। ଏହା ଶୁଣି ସାକ୍ଷାତକାର ନେଉଥିବା ମହିଳା ପଚାରିଥିଲେ, ତାହେଲେ ଆପଣ ଶିକାର କରିଥିବା ଲୋକର ନାମ ନକହି ସବୁ ଦୋଷ ନିଜ ମୁଣ୍ଡକୁ କାହିଁକି ନେଇଛନ୍ତି? ଉତ୍ତରରେ ସଲମାନ କହିଥିଲେ, ନାମ କହି ଏବେ କିଛି ଲାଭ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe