ମୁମ୍ବାଇ: ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲି ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହନ୍ତି। ଅନେକ ଥର ସଲମାନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିବା ସୋମି ଅଲି ଏବେ ସଲମାନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସଲମାନ ଖାନ୍ କୃଷ୍ଣସାର ମୃଗର ଗୁରୁତ୍ବ ଜାଣିନଥିଲେ ବୋଲି କହିଛନ୍ତି ସୋମି। ତାଙ୍କର ଏଭଳି ଦାବିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ସେ କହିଛନ୍ତି, “ସେ ଜାଣିନଥିବା ଜିନିଷ ପାଇଁ କାହିଁକି କ୍ଷମା ମାଗିବେ? ଅଜାଣତରେ ସେ କରିଥିବା ଭୁଲ ପାଇଁ ତାଙ୍କୁ କ୍ଷମା ମାଗିବାର ଆବଶ୍ୟକତା ନାହିଁ। ଏହାର କୌଣସି ଅର୍ଥ ନାହିଁ | ଲୋକମାନେ କୁହନ୍ତି ଯେ, ସଲମାନ ବହୁତ ଅହଂକାରୀ ଏବଂ ତାଙ୍କର ସୁନାମ ରହିଛି | ଆଜି ତାଙ୍କ ସହ କିମ୍ବା ତାଙ୍କ ପରିବାର ସହିତ ମୋର କୌଣସି ସମ୍ପର୍କ ନାହିଁ। ବାସ୍ ମୁଁ ଚାହେଁ ନାହିଁ ଯେ ବଲିଉଡ କିମ୍ବା ହଲିଉଡରେ କାହାକୁ ହତ୍ୟା କରାଯାଉ। ହିଂସା କଦାପି କୌଣସି ଜିନିଷର ସମାଧାନ ନୁହେଁ। ବିଷ୍ଣୋଇ ସମ୍ପ୍ରଦାୟ ବୁଝିବା ଦରକାର ଯେ ସଲମାନ କୃଷ୍ଣସାର ମୃଗର ଗୁରୁତ୍ବ ଜାଣି ନଥିଲେ।”
ସେ ଆହୁରି କହିଛନ୍ତି, “ମୁଁ ଆପଣଙ୍କୁ ନିଶ୍ଚିତ ଭାବେ କରିପାରିବି ଯେ, ବିଷ୍ଣୋଇ ସମ୍ପ୍ରଦାୟ କୃଷ୍ଣସାର ମୃଗକୁ ପୂଜା କରୁଥିବା ବିଷୟରେ ଜାଣି ନଥିଲେ ସଲମାନ। ବାହାରେ ସୁଟିଂ ଥିଲେ ମୁଁ ସଲମାନଙ୍କ ସହ ଅନେକ ଥର ଶିକାରକୁ ଯାଉଥିଲି। ୧୯୯୮ରେ ଘଟିଥିବା ଏହି ଘଟଣା ଦିନ ସଲମାନ ମୋତେ ନେଇନଥିଲେ। ସେ କହିଥିଲେ, ତୁମେ ଶିକାର ସମୟରେ ପାଟି କରିଦେଉଛ। ମୋ ଶିକାର ଖସି ପଳାଉଛି। ଏହା କହି ସେ ଅନ୍ୟମାନଙ୍କ ସହ ଶିକାରକୁ ଚାଲିଯାଇଥିଲେ, ଯାହା ପରେ ଏଭଳି ଘଟିଗଲା। ”
Follow Us