ଲରେନ୍ସ ସହିତ ଜୁମ୍ କଲରେ କଥା ହେବାକୁ ଚାହେ: ସଲମାନଙ୍କ ପୂର୍ବ ପ୍ରେମିକା ସୋମି

Advertisment

ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ଅନେକ ବର୍ଷ ହେଲାଣି ହତ୍ୟା ଧମକ ଦେଇ ଆସୁଥିବା ଗ୍ୟାଙ୍ଗଷ୍ଟର ‌ଲରେନ୍ସ ବିଷ୍ଣୋଇ ସହ ଜୁମ୍ କଲରେ କଥା ହେବାକୁ ଚାହୁଛନ୍ତି ସୋମି ଅଲି ।

ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ଅନେକ ବର୍ଷ ହେଲାଣି ହତ୍ୟା ଧମକ ଦେଇ ଆସୁଥିବା ଗ୍ୟାଙ୍ଗଷ୍ଟର ‌ଲରେନ୍ସ ବିଷ୍ଣୋଇ ସହ ଜୁମ୍ କଲରେ କଥା ହେବାକୁ ଚାହୁଛନ୍ତି ସୋମି ଅଲି ।

somioo

ମୁମ୍ବାଇ: ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲି ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହନ୍ତି। ଅନେକ ଥର ସଲମାନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିବା ସୋମି ଅଲି ଏବେ ତାଙ୍କର ଗୋଟିଏ ପୋଷ୍ଟ ପାଇଁ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ସେ ସଲମାନ ଖାନଙ୍କ ଶତ୍ରୁ ତଥା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ସହ ଜୁମ୍ କଲରେ କଥା ହେବାକୁ ଚାହୁଥିବା ଇନଷ୍ଟା ପୋଷ୍ଟରେ ଲେଖି ଜଣାଇଛନ୍ତି। 

ସୋମି ଅଲି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସେୟାର କରି ଏକ ଲମ୍ବା ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ ଲରେନ୍ସକୁ କହିଛନ୍ତି ଯେ, ସେ ତାଙ୍କ ମନ୍ଦିରକୁ ପୂଜା ପାଇଁ ଆସିବାକୁ ଚାହୁଁଛନ୍ତି। ସେ କରିଥିବା ପୋଷ୍ଟରେ ଲେଖାଯାଇଛି ‘ଏହା ଲରେନ୍ସ ବିଷ୍ଣୋଇଙ୍କ ପାଇଁ ଏକ ବାର୍ତ୍ତା। ନମସ୍କାର ଲରେନ୍ସ ଭାଇ | ମୁଁ ଶୁଣିଛି ଏବଂ ଦେଖିଛି ଯେ ଆପଣ ଜେଲରୁ ଜୁମ୍ କଲ୍ ମଧ୍ୟ କରୁଛନ୍ତି, ତେଣୁ ମୁଁ ଆପଣଙ୍କ ସହ କଥା ହେବାକୁ ଚାହେଁ | ଏହା କିପରି ହୋଇପାରିବ ଦୟାକରି ମୋତେ ଜଣାନ୍ତୁ? ରାଜସ୍ଥାନ ସମଗ୍ର ବିଶ୍ୱରେ ମୋର ପ୍ରିୟ ସ୍ଥାନ | ମୁଁ ପୂଜା ପାଇଁ ଆପଣଙ୍କ ମନ୍ଦିରକୁ ଆସିବାକୁ ଚାହେଁ। କିନ୍ତୁ ପ୍ରଥମେ ଜୁମ୍ କଲ୍ କରି କଥା ହେବା ଏବଂ ପୂଜା ପରେ ଆମେ ଆଉ କିଛି ବିଷୟରେ ଆଲୋଚନା କରିବା | ମୋତେ ବିଶ୍ୱାସ କର, ମୁଁ କହିବାକୁ ଚାହୁଥିବା କଥାଗୁଡ଼ିକ ଆପଣଙ୍କ ଭଲ ପାଇଁ । ଯଦି ଆପଣ ଆପଣଙ୍କର ମୋବାଇଲ୍ ନମ୍ବର ସେୟାର କରିପାରିବେ ତେବେ ବହୁତ ଭଲ ହୁଅନ୍ତା।| ଧନ୍ୟବାଦ।” 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe