ଓଟିଟିରେ ରିଲିଜ୍ ହୋଇପାରେ ସଲମାନ୍‌ଙ୍କ ଫିଲ୍ମ ‘ରାଧେ​’

Advertisment
ଓଟିଟିରେ ରିଲିଜ୍ ହୋଇପାରେ ସଲମାନ୍‌ଙ୍କ ଫିଲ୍ମ ‘ରାଧେ​’

Deccan Herald

ସଲମାନ୍ ଖାନ୍‌ଙ୍କ ବହୁ ଚର୍ଚ୍ଚିତ ସିନେମା ‘ରାଧେ: ୟୋର୍ ମୋଷ୍ଟ୍ ଵାଣ୍ଟେଡ୍ ଭାଇ’ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କରୋନା ପାଇଁ ଦୀର୍ଘ ୮ମାସରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ସିନେମା ହଲ୍ ବନ୍ଦ ହୋଇ ରହିବା ପରେ ମଧ୍ୟ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକ ବର୍ତ୍ତମାନ ମୋଟା ଅଙ୍କର ଟଙ୍କା ପାଇଁ ଡିଲ୍ କରୁଥିବା ଜଣାପଡ଼ିଛି। ତେବେ ପ୍ରାରମ୍ଭରୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌କୁ ବିରୋଧ କରୁଥିବା ଭାଇଜାନକୁ ବୁଝାଇବାକୁ ମଧ୍ୟ ଉଦ୍ୟମ ଚାଲିଥିବା ସୂଚନା ମିଳୁଛି। ଚଳିତ ବର୍ଷ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ରାଧେ’ କରୋନା ପାଇଁ ସ୍ଥଗିତ ରହିବା ପରେ ଏବେ ପୁଣି ଥରେ ବର୍ତ୍ତମାନ ସୁଟିଂ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe