ତାଜ୍‌ ହୋଟେଲରେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍‌ସର ହିସାବରେ ନାଚି ମାତ୍ର ଏତିକି ଟଙ୍କା ଆୟ କରିଥିଲେ ସଲମାନ, ବିଶ୍ୱାସ କରିବା ଅସମ୍ଭବ

ତାଜ୍‌ ହୋଟେଲରେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍‌ସର ହିସାବରେ ନାଚି ମାତ୍ର ଏତିକି ଟଙ୍କା ଆୟ କରିଥିଲେ ସଲମାନ, ବିଶ୍ୱାସ କରିବା ଅସମ୍ଭବ

Business Today

ମୁମ୍ବାଇ : ଡ଼ିସେମ୍ବର ୨୭ରେ ନିଜ ଜନ୍ମଦିନ ପାଳନ କରିଥିଲେ ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ । ଜନ୍ମଦିନର ଅବସରରେ ପନ୍‌ଭେଲରେ ଥିବା ତାଙ୍କ ଫାର୍ମ ହାଉସ୍‌ରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଇଥିବା ବେଳେ ଅନେକ ବଲିଉଡ୍‌ ଷ୍ଟାର ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ତେବେ ସଲମାନ ଏବେ ୫୩ବର୍ଷ ବୟସରେ ପାଦ ଦେଇଥିବା ବେଳେ ଆଜି ଆମେ ଆପଣଙ୍କୁ ତାଙ୍କର ପ୍ରଥମ ଆୟ କେମିତି କରିଥିଲେ ଏବଂ କେତେ ଟଙ୍କା ଆୟ କରିଥିଲେ, ସେ ବିଷୟରେ ଜଣାଇବୁ । ଏକ ସାକ୍ଷାତକାରରେ ସଲମାନ ନିଜ ପ୍ରଥମ ଆୟ ବିଷୟରେ ଜଣାଇଥିଲେ ।

publive-image Times Now

ତାଙ୍କ କହିବା ଅନୁଯାୟୀ,"ବ୍ୟାକ୍‌ଗ୍ରାଉଣ୍ଡ ଡ଼୍ୟାନ୍‌ସର ହୋଇ ମୁଁ ମୋ ପ୍ରଥମ ଆୟ କରିଥିଲି । ତାଜ୍‌ ହୋଟେଲରେ ଏକ ସୋ’ ଥିବା ବେଳେ ମୁଁ ସେଠାରେ ବ୍ୟାକ୍‌ଗ୍ରାଉଣ୍ଡ ଡ଼୍ୟାନ୍‌ସର ହିସାବରେ ନାଚିଥିଲି । ଏଥି ପାଇଁ ମୋତେ ୭୫ଟଙ୍କା ମିଳିଥିଲା । ତାହା ମୋର ପ୍ରଥମ ଆୟ ଥିଲା । ମୋର ଜଣେ ସାଙ୍ଗ ସେଠାକୁ ନାଚିବାକୁ ଯାଉଥିବାରୁ ସେ ମୋତେ ତା’ ସହିତ ନେଇ ଯାଇଥିଲା । ପରେ ଏକ ବିଜ୍ଞାପନ ପାଇଁ ମୋତେ ୭୫୦ଟଙ୍କା ମିଳିଥିଲା । ପରେ ମତେ ‘ମୈନେ ପ୍ୟାର କିଆ’ରେ ଅଭିନୟ ପାଇଁ ୩୧ହଜାର ଟଙ୍କା ମିଳିଥିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe