ମୁମ୍ବାଇ: ଅଭିନେତା ସଲମାନଙ୍କୁ କୃଷ୍ଣସାର ମୃଗ ଶିକାର ମାମଲାରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହେବା ପରେ ଏବେ ତାଙ୍କ ବିପକ୍ଷବାଦୀମାନେ ତାଙ୍କ ପ୍ରତି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଟୁଇଟର୍ରେ ସଲମାନଙ୍କ ବିରୋଧରେ ଅନେକ ଟୁଇଟ୍ ଦେଖିବାକୁ ମିଳୁଛି। ସଲମାନ ଜଣେ ବଲିଉଡ୍ ସୁପରଷ୍ଟାର ହୋଇଥିବାରୁ ତାଙ୍କର ବହୁ ପ୍ରଶଂସକ ରହିବା କଥା ଏବଂ ଏହା ଆଶା ରଖିବା ବି ସ୍ୱାଭାବିକ। ମାତ୍ର ଟୁଇଟ୍ରେ ଯେଉଁଭଳି ଭାବେ ସଲମାନଙ୍କ ବିରୋଧୀ ଟୁଇଟ୍ ସବୁ ଦେଖିବାକୁ ମିଳୁଛି ତାହା ଖୁବ୍ ଆଶ୍ଚର୍ଯ୍ୟଜନକ।
କେହି କେହି ଲେଖିଛନ୍ତି ୫ ବର୍ଷର ଜେଲ୍ ଦଣ୍ଡ ଖୁବ୍ କମ୍ ହୋଇଗଲା। ପୁଣି କେହି ୨୦ ବର୍ଷ ପରେ ମାମଲାର ଶୁଣାଣି ହୋଇଥିବାରୁ ଆଇନ୍ ବ୍ୟବସ୍ଥାକୁ ତାତ୍ସଲ୍ୟ କରିଛନ୍ତି। ହିଟ୍ ଆଣ୍ଡ୍ ରନ୍ ମାମଲାରେ ସଲମାନ ନିର୍ଦୋଷ ହେବା ପରେ ଏହି ମାମଲାରେ ଦୋଷୀ ହେବା ଘଟଣାକୁ ନେଇ କେହି ସମାଲୋଚନା କରିଥିବା ବେଳେ ପୁଣି କିଏ ସଲମାନ ତୁରନ୍ତ ଜାମିନ ପାଇଯିବେ ବୋଲି ଦାବିର ସହ କହିଛନ୍ତି। ଉକ୍ତ ଟୁଇଟ୍ଗୁଡ଼ିକ ନିମ୍ନରେ ଦିଆଯାଇଛି। କେହି କେହି ସଲମାନଙ୍କ ସପକ୍ଷରେ ବି ଟୁଇଟ୍ କରିଛନ୍ତି। ଆମେ ତୁମ ସାଥିରେ ଅଛୁ ବୋଲି କେହି କେହି ସଲମାନଙ୍କ ପ୍ରଶଂସକ ଟୁଇଟ୍ କରିଛନ୍ତି।
Follow Us