ମୁମ୍ବାଇ : ବଲିଉଡ୍ର ଦବଙ୍ଗ ଖାନ୍ ସଲମାନଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଥିବା ବେଳେ ଶେଷରେ ସେ କାହାକୁ ବିବାହ କରିବେ ସେ ନେଇ ସ୍ପଷ୍ଟୀକରଣ ମିଳିିଛି । ସ୍ପଷ୍ଟୀକରଣ ଦେଇଛନ୍ତି ବଲିଉଡ୍ର ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର । ଅଭିନେତ୍ରୀ ନେହା ଧୁପିଆଙ୍କ ରେଡ଼ିଓ ସୋ’ ନୋ ଫିଲ୍ଟର ନେହାରେ ଯୋଗ ଦେଇ କରଣ ଜୋହର ସଲମାନଙ୍କ ବିବାହକୁ ନେଇ ବଡ଼ ଖୁଲାସା କରିଥିଲେ।
filmsofindia.comସୂଚନା ମୁତାବକ,ସୋ’ରେ ସଲମାନଙ୍କ ବିବାହକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ,ସଲମାନ କୌଣସି ମହିଳାଙ୍କୁ ନୁହେଁ ବରଂ ୨୦୧୯ରେ ରିଲିଜ୍ ହେବାକୁ ଥିବା ୩ଟି ବ୍ଲକ୍ବଷ୍ଟର ଫିଲ୍ମକୁ ବିବାହ କରିବେ ବୋଲି କରଣ ନେହାଙ୍କୁ କହିଥିଲେ । ଏହି ଖବର ପ୍ରସାର ହେବା ପରେ କରଣଙ୍କ ଉତ୍ତରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଅନ୍ୟ ପକ୍ଷରେ, ୨୦୧୯ରେ ସଲମାନଙ୍କ ବଡ଼ ବଜେଟ ଫିଲ୍ମ ‘ଭାରତ’ ରିଲିଜ ହେବାକୁ ଯାଉଥିବା ବେଳେ ଆଉ ଦୁଇଟି ଫିଲ୍ମର ନାମ ଜଣା ପଡ଼ିନାହିଁ ।
Follow Us